Latest Odisha News

BREAKING NEWS

GST ପ୍ରଭାବ; ଭାରତ ବଜାରରେ ବଢିଲା ସ୍ମାର୍ଟଫୋନ୍ ଦର !

ନୂଆଦିଲ୍ଲୀ: ଆଜିଠୁ ଆପଲ୍‌, ସାମ୍‌ସଙ୍ଗ୍‌, ସାଓମି, ଓପୋ ଓ ପୋକୋ ଭଳି ଅନ୍ୟ ସ୍ମାର୍ଟଫୋନ୍ କମ୍ପାନୀ ନୂଆ ଲଂଚ ହୋଇଥିବା ଫୋନ୍ ସମେତ କିଛି ପୁରୁଣା ମଡେଲ୍‌ର ଦାମ ବଢାଇଛନ୍ତି ।

ମାର୍ଚ୍ଚ ୧୪ରେ GST କାଉନସିଲ୍‌ର ମିଟିଂ ପରେ ସ୍ମାର୍ଟଫୋନ୍‌ରେ ଜିଏସଟି ରେଟ୍ ବଢିବା ନେଇ ଘୋଷଣା ହୋଇଥିଲା । ପୂର୍ବରୁ ସ୍ମାର୍ଟଫୋନ୍‌ର GST ରେଟ୍ ୧୨ପ୍ରତିଶତ ଥିବାବେଳେ ସଂଶୋଧିତ ଦର ୧୮ ପ୍ରତିଶତକୁ ବୃଦ୍ଧି ପାଇଛି ।

ସାଓମି ଇଣ୍ଡିଆର ମନୁ ଜୈନ ସ୍ମାର୍ଟଫୋନର ଦର ବଢିଥିବା ନେଇ ଟୁଇଟ୍ ଜରିଆରେ ସ୍ପଷ୍ଟ କରିଛନ୍ତି ।

Xiaomi- ଚାଇନିଜ ସ୍ମାର୍ଟଫୋନ କମ୍ପାନୀ କିଛି ମୋବାଇଲର ଦାମ ୨ହଜାର ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରିଛି ।

SAMSUNG- ଭାରତରେ କିଛି ମଡେଲର ଦାମକୁ ୫୮୯୧ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରିଛି ।

APPLE-  ଭାରତରେ କିଛି ମଡେଲର ଦାମକୁ ୭୬୦୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରିଛି ।POCO

Realme- ଚାଇନିଜ ସ୍ମାର୍ଟଫୋନ କମ୍ପାନୀ କିଛି ମୋବାଇଲର ଦାମ ୨ହଜାର ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରିଛି ।

Oppo- ଚାଇନିଜ ସ୍ମାର୍ଟଫୋନ କମ୍ପାନୀ ପ୍ରତି ମୋବାଇଲର ଦାମ ୨ହଜାର ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରିଛି ।

Leave A Reply

Your email address will not be published.