Latest Odisha News

BREAKING NEWS

ଅନଲକ୍‌-୨ ପାଇଁ ଆସିଲା ନୂଆ ଗାଇଡଲାଇନ

ଭୁବନେଶ୍ୱର: ପ୍ରକାଶ ପାଇଲା ଅନଲକ୍ -୨ ପାଇଁ ନୂଆ ଗାଇଡଲାଇନ । ଏହି ଗାଇଡ ଲାଇନ ଅନୁସାରେ ଜୁଲାଇ ୩୧ ଯାଏଁ ଲକଡାଉନ ଅବଧି ବୃଦ୍ଧି ପାଇଛି । ଏହି ସମୟ ମଧ୍ୟରେ ଶିକ୍ଷାନୁଷ୍ଠାନ ମଧ୍ୟ ବନ୍ଦ ରହିବ ।

ଟ୍ରେନ ଓ ଅନ୍ତର୍ଜାତୀୟ ବିମାନ ଚଳାଚଳ ବନ୍ଦ ରହିବ । ସିନେମା ହଲ, ପାର୍କ ବନ୍ଦ ରହିବ ।

ସାରା ଦେଶରେ ରାତି ୧୦ଟାରୁ ସକାଳ ୫ଟା ଯାଏଁ ଜାରି ହେବ କର୍ଫ୍ୟୁ ଜାରି ହେବ । କଣ୍ଟେନମେଣ୍ଟ ଜୋନରେ ଯିବା ଆସିବା ଉପରେ କଟକଣା ରହିବ ।

୬୫ ବର୍ଷରୁ ଅଧିକ ବୟସର ବ୍ୟକ୍ତି ଓ ୧୦ ବର୍ଷରୁ କମ୍ ବୟସର ପିଲାଙ୍କ ପାଇଁ ଘରୁ ନ ବାହାରିବା ପାଇଁ ନିର୍ଦ୍ଦେଶ ରହିଛି । ଅଫିସର କାମ ଯଦି ଘରେ ରହି କରାଯାଇ ପାରିବ ତେବେ ଘରୁ କାମ କରିବା ପାଇଁ ପରାମର୍ଶ ଦିଆଯାଇଛି । ଘରୁ ବାହାରିଲେ ମାସ୍କ ସହ ସାମାଜିକ ଦୂରତ୍ୱ ନିୟମ ମାନିବା ବାଧ୍ୟତାମୂଳକ ।

Leave A Reply

Your email address will not be published.