Latest Odisha News

BREAKING NEWS

ମାଲକାନଗିରିରେ ଦୁଇ ମାଓବାଦୀଙ୍କ ଆତ୍ମସମର୍ପଣ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଦୁଇଜଣ ହାଡକୋର ମାଓବାଦୀ ଏସପି ରିଷିକେଶ ଖିଲାରୀଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି।

ଆତ୍ମସମର୍ପଣ କରିଥିବା ମାଓବାଦୀମାନେ ହେଉଛନ୍ତି କାନା ମାଡି ଏବଂ ଲାକେ ପୁନମ। ଏରିଆ କମିଟିର ଜଣେ ସକ୍ରିୟ ସଦସ୍ୟ ଥିବା କାନାଙ୍କ ନାଁରେ ୪ ଲକ୍ଷ ଟଙ୍କାର ପୁରସ୍କାର ରାଶି ରହିଥିଲା। ସେ ହତ୍ୟା, ଆଇଇଡି ବିସ୍ଫୋରଣ ଏବଂ ସୁରକ୍ଷା ବାହିନୀ ସହ ଗୁଳି ବିନିମୟ ଭଳି ପ୍ରାୟ ୧୦ଟି ମାମଲାରେ ସମ୍ପୃକ୍ତ ଥିବା ସନ୍ଦେହ କରାଯାଉଛି।

ସେହିପରି ଲାକେ ନାଁରେ ୨ ଲକ୍ଷ ଟଙ୍କାର ନଗଦ ପୁରସ୍କାର ରାଶି ରହିଥିଲା।

ତେବେ ଆତ୍ମସମର୍ପଣ କରିବାବେଳେ ସେମାନେ ସାଧାରଣ ଜୀବନଯାପନ ଏବଂ ନିଜ ଅଞ୍ଚଳର ବିକାଶରେ ସହଯୋଗ କରିବାକୁ ଇଚ୍ଛା ପ୍ରକାଶ କରିଥିବା ନେଇ ସୂଚନା ମିଳିଛି।

ରାଜ୍ୟ ସରକାରଙ୍କ ଆତ୍ମସମର୍ପଣ ଏବଂ ଥଇଥାନ ନୀତି ଅନୁଯାୟୀ ସେମାନଙ୍କୁ ଆର୍ଥିକ ସହାୟତା ଯୋଗାଇ ଦିଆଯିବ ବୋଲି ଏସପି କହିଛନ୍ତି।

Leave A Reply

Your email address will not be published.