Latest Odisha News

BREAKING NEWS

ବିବାହ ପ୍ରଲୋଭନ ଦେଖାଇ ଦୈହିକ ସମ୍ପର୍କ ରଖିବା ଦୁଷ୍କର୍ମ ନୁହେଁ: ଓଡ଼ିଶା ହାଇକୋର୍ଟ

କଟକ: ଓଡ଼ିଶା ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ । ବିବାହ କରିବାକୁ ପ୍ରଲୋଭନ ଦେଖାଇ ଦୈହିକ ସମ୍ପର୍କ ରଖିବା ଅର୍ଥ ଦୁଷ୍କର୍ମ ନୁହେଁ । ନିମ୍ନ ଅଦାଲତଙ୍କ ଦ୍ବାରା ଜଣେ ଦୁଷ୍କର୍ମ ଅଭିଯୁକ୍ତଙ୍କ ଜାମିନ ଆବେଦନ ଖାରଜ କରି ହାଇକୋର୍ଟ ଏ ଭଳି ରାୟ ଦେଇଛନ୍ତି।

୨୦୧୯, ନଭେମ୍ବର ୨୭ ତାରିଖ ଦିନ କୋରାପୁଟ ଜିଲ୍ଲାର ଜଣେ ୧୯ ବର୍ଷୀୟ ପୀଡିତା ପଟାଙ୍ଗି ଥାନାରେ ଦୁଷ୍କର୍ମ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ପୋଲିସ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ଝିଅଟି ଅଭିଯୋଗ କରିଥିଲା ଯେ ବିବାହର ପ୍ରତିଶ୍ରୁତି ଦେଇ ବ୍ୟକ୍ତି ଜଣକ ତାଙ୍କ ସହ ଦୈହିକ ସମ୍ପର୍କ ରଖିଥିଲେ ।

ଏହି ମାମଲାର ଶୁଣାଣି କରୁଥିବା ହାଇକୋର୍ଟ ବିଚାରପତି ଜଷ୍ଟିସ୍ ଏସ୍‌କେ ପାଣିଗ୍ରାହୀ କହିଛନ୍ତି ଯେ ବିବାହ ପାଇଁ ମିଥ୍ୟା ପ୍ରତିଶ୍ରୁତି ଦେଇ ଦୈହିକ ସମ୍ପର୍କ ରଖିବା ଦୁଷ୍କର୍ମ ନୁହେଁ। କାରଣ ଏଭଳି ଘଟଣା ଭାରତୀୟ ପିଙ୍ଗଳ କୋଡ୍‌ର ଦଫା ୩୭୫ରେ ନିର୍ଦ୍ଧାରିତ ଦୁଷ୍କର୍ମ ସଂଜ୍ଞା ପର‌୍ୟ୍ୟାୟଭୁକ୍ତ ନୁହେଁ।

ବିବାହ କରିବାକୁ ମିଥ୍ୟା ପ୍ରତିଶ୍ରୁତି ଦେଇ ଦୈହିକ ସମ୍ପର୍କ ସ୍ଥାପନ କରାଯାଉଥିବା ଭଳି ବହୁତ ମାମଲା ଦେଶର ବିଭିନ୍ନ ପ୍ରାନ୍ତରୁ ଆସୁଛି। ଏଗୁଡ଼ିକ ସାଧାରଣତଃ ସମାଜର ଗରିବବର୍ଗ ଏବଂ ଗ୍ରାମୀଣ ଅଞ୍ଚଳରେ ଘଟୁଛି। ଦୁଷ୍କର୍ମ ଆଇନ୍ ସେମାନଙ୍କର ଦୁର୍ଦ୍ଦଶାକୁ ନ୍ୟାୟ ଦେବାରେ ବିଫଳ ହେଉଛି।ଅଭିଯୁକ୍ତଙ୍କୁ ଜାମିନ ମଞ୍ଜୁର କରି ଜଷ୍ଟିସ୍ ପାଣିଗ୍ରାହୀ କହିଛନ୍ତି ଏହି ମାମଲାର ପୁଙ୍ଖାନୁପୁଙ୍ଖ ବିଚାର ହେବା ଯାଏଁ ଅଭିଯୁକ୍ତଙ୍କୁ ଜାମିନ ମିଳିବା ଉଚିତ।

Leave A Reply

Your email address will not be published.