Latest Odisha News

BREAKING NEWS

ସ୍ୱାସ୍ଥ୍ୟ ପାଇଁ କେତେ ଉପକାରୀ କଦଳୀ ପତ୍ର ଭୋଜନ, ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ…

ଭୁବନେଶ୍ୱର: ଆଜିର ସମୟରେ ଭୋଜନ କରିବା ପାଇଁ ଷ୍ଟିଲ ନହେଲେ ପ୍ଲାଷ୍ଟିକ ଥାଳିର ବ୍ୟବହାର କରୁଛନ୍ତି । ଏବେ ସବୁ ଷ୍ଟିଲ ବାସନର ଅଧିକ ଚାହିଦା । କିନ୍ତୁ ପୂର୍ବରୁ ପତ୍ରର ବହୁଳ ବ୍ୟବହାର କରାଯାଉଥିଲା । ବିଭିନ୍ନ ପ୍ରକାରର ପତ୍ରରେ ଥାଳି ତିଆରି କରାଯାଇ ସେଥିରେ ଲୋକେ ଖାଦ୍ୟ ଖାଉଥିଲେ ।

କେବଳ ଘରେ ନୁହେଁ କୌଣସି ମାଙ୍ଗଳିକ କାର୍ୟ୍ୟ ହେଉ ଅବା ବାହାଘରରେ ପତ୍ରରେ ଖାଇବା ପରିବେଶଣ କରାଯାଉଥିଲା ।

କିନ୍ତୁ ସମୟ କ୍ରମେ କ୍ରମେ ପତ୍ରର ବ୍ୟବହାର କମିଗଲାଣି । ଏହା ବଦଳରେ ପ୍ଲାଷ୍ଟିକ ପ୍ଲେଟକୁ ଲୋକେ ପସନ୍ଦ କଲେଣି । ଆଜିକାଲି କାଗଜର ଦନା ମଧ୍ୟ ବ୍ୟବହାର କରାଗଲାଣି । କିନ୍ତୁ ଆପଣ ଜାଣନ୍ତି ପତ୍ରରେ ଖାଇଲେ କେବଳ ଖାଦ୍ୟର ସ୍ୱାଦ ବଢିନଥାଏ ଏହା ଆମ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ହିତକର ହୋଇଥାଏ ।

ଭଲ ସ୍ୱାସ୍ଥ୍ୟ ପାଇଁ ଖାଦ୍ୟ ଖାଇବାର ସବୁଠୁ ଭଲ ମାଧ୍ୟମ ହେଉଛି କଦଳୀ ପତ୍ର । ଏହାଦ୍ୱାରା ଆମକୁ ଅନେକ ଫାଇଦା ମିଳିଥାଏ ।

କଦଳୀ ପତ୍ରରେ ଖାଇଲେ ଅର୍ଶ, ବାତ ଓ ପାଚନ ସମ୍ବନ୍ଧୀୟ ସମସ୍ୟାରୁ ରକ୍ଷା ମିଳିଥାଏ । ଯଦି କୌଣସି ବ୍ୟକ୍ତି ଏହି ସବୁ ରୋଗରେ ପୀଡିତ ସେ ପତ୍ରରେ ଖାଦ୍ୟ ଖାଇଲେ ଖୁବ୍ ଲାଭଦାୟକ ହୋଇଥାଏ ।

ପଳାଶ ପତ୍ରରେ ତିଆରି ଥାଳିରେ ଖାଇଲେ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ । କଫ, କୃମି, କାସ ବା ପେଟ ଓ ରକ୍ତ ସମ୍ବନ୍ଧୀୟ ସମସ୍ୟାରୁ ଆରାମ ମିଳିଥାଏ ।

ପତ୍ରରେ ଭୋଜନ କଲେ ଖାଦ୍ୟର ସ୍ୱାଦ ସହ ସେହି ଗଛରେ ଥିବା ଔଷଧୀୟ ଗୁଣ ମଧ୍ୟ ଆମ କାମରେ ଆସେ । ଏହାସହ ଆମକୁ ମାନସିକ ଶାନ୍ତି ମଧ୍ୟ ମିଳିଥାଏ ।

ବ୍ୟବହୃତ ପତ୍ରକୁ ଆମେ ମାଟିରେ ପୋତିଦେଲେ ଏହା ମାଟିର ଉର୍ବରତା ବଢାଇଥାଏ ।

Leave A Reply

Your email address will not be published.