Latest Odisha News

BREAKING NEWS

ସବୁ ଫିଲ୍ଡ କର୍ମଚାରୀଙ୍କୁ ତିନି ଲେୟର ବିଶିଷ୍ଟ ସର୍ଜିକାଲ ମାସ୍କ ଦେବା ପାଇଁ ନିର୍ଦ୍ଦେଶ ଦେଲେ ସ୍ୱାସ୍ଥ୍ୟ ସଚିବ

ଭୁବନେଶ୍ୱର : ରାଜ୍ୟରେ ଦ୍ରୁତ ଗତିରେ ବଢୁଛି କରୋନା ସଂକ୍ରମଣ । ଏହାକୁ ଦୃଷ୍ଟିରେ ରଖି ସମସ୍ତ ଫିଲ୍ଡ କର୍ମଚାରୀଙ୍କୁ ତିନି ଲେୟର ବିଶିଷ୍ଟ ସର୍ଜିକାଲ ମାସ୍କ ଯୋଗାଇ ଦେବା ପାଇଁ ଓଡିଶା ରାଜ୍ୟ ମେଡିକାଲ କର୍ପୋରେସନ ଲିମିଟେଡକୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱାସ୍ଥ୍ୟ ସଚିବ ନିକୁଂଜ ବିହାରୀ ଧଳ ।

ସର୍ଭେ ଓ ନୀରିକ୍ଷଣ ଦାୟିତ୍ୱରେ ଥିବା କର୍ମଚାରୀ, ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ଦାୟିତ୍ୱରେ ଥିବା କର୍ମଚାରୀ ଏବଂ ଆମ୍ବୁଲାନ୍ସ ଡ୍ରାଇଭରମାନଙ୍କୁ ଏହି ତିନି ଲେୟର ବିଶିଷ୍ଟ ସର୍ଜିକାଲ ମାସ୍କ ଯୋଗାଇବା ପାଇଁ ସେ କହିଛନ୍ତି ।

ଏଥି ସହିତ ସେ ଘରେ ଏବଂ ସରକାରୀ ବ୍ୟବସ୍ଥାରେ କ୍ୱାରେଣ୍ଟାଇନରେ ରହିଥିବା ସମସ୍ତ ବ୍ୟକ୍ତିଙ୍କୁ ତିନି ଲେୟର ବିଶିଷ୍ଟ ସର୍ଜିକାଲ ମାସ୍କ ଯୋଗାଇ ଦେବା ପାଇଁ ସବୁ ଜିଲ୍ଲାପାଳ, ମ୍ୟୁନିସିପାଲ କମିଶନର ଓ ସିଡିଏମ୍‌ପିଏଚ୍‌ଓମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

Leave A Reply

Your email address will not be published.