Latest Odisha News

BREAKING NEWS

ସାରା ରାଜ୍ୟରେ ବଢିଲା ତାପମାତ୍ରା; ୪୧.୧ ଡିଗ୍ରୀ ଛୁଇଁଲା ତାଳଚେର

ଭୁବନେଶ୍ୱର: ସମଗ୍ର ଓଡ଼ିଶାର ତାପମାତ୍ରା ଶୁକ୍ରବାର ଦିନ ଅତ୍ୟଧିକ ମାତ୍ରାରେ ବୃଦ୍ଧି ପାଇଛି । ଆଜି ରାଜ୍ୟର ୫ଟି ସ୍ଥାନର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିବା ପାଣିପାଗ ବିଭାଗ ପକ୍ଷରୁ ରେକର୍ଡ଼ କରାଯାଇଛି ।

ଭାରତୀୟ ପାଣିପାଗ ବିଭାଗ (ଆଇଏମଡ଼ି) ସୂଚନାନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଆଜି ଦିନ ୮ଟା ୩୦ ସୁଦ୍ଧା ରାଜ୍ୟର ସମସ୍ତ ସ୍ଥାନ ଗୁଡ଼ିକର ତାପମାତ୍ରା ରେକର୍ଡ଼ କରାଯାଇଥିବା ବେଳେ ଶିଳ୍ପନଗରୀ ତାଳଚେରର ତାପମାତ୍ରା ସର୍ବାଧିକ ୪୧.୧ ଡିଗ୍ରୀ ସେଲସିୟସ ରେକର୍ଡ଼ କରାଯାଇଛି ।

ସେହିପରି ଭାବେ ଯେଉଁ ସ୍ଥାନ ଗୁଡ଼ିକ ୪୦ ଡିଗ୍ରୀ ଉପରେ ରହିଛି ସେହି ସ୍ଥାନ ଗୁଡ଼ିକ ହେଲା ଟିଟିଲାଗଡ଼ (୪୧), ବଲାଙ୍ଗୀର (୪୦.୭), ମାଲକାନଗିରି (୪୦.୨) ଏବଂ ବୌଦ୍ଧ (୪୦.୫) ଡିଗ୍ରୀ ।

ଏହାବ୍ୟତୀତ, ଚାନ୍ଦବାଲି (୩୮.୭), କଟକ (୩୯.୨), ଭୁବନେଶ୍ୱର (୩୯.୩), ବାରିପଦା (୩୮.୨), ଝାରସୁଗୁଡା (୩୯.୪), ସମ୍ବଲପୁର (୩୯), ହିରାକୁଦ (୩୯.୧), ଭବାନୀପାଟଣା (୩୮.୫), ସୋନପୁର (୩୯), (ନୟାଗଡ଼) ଏବଂ ପାରଳାଖେମୁଣ୍ଡି (୩୮) ଡିଗ୍ରୀ ତାପମାତ୍ରା ରେକର୍ଡ଼ କରାଯାଇଛି ।

Leave A Reply

Your email address will not be published.