Latest Odisha News

BREAKING NEWS

ମୌସୁମୀ ବୃଷ୍ଟିପାତ: ଆସନ୍ତା ୩୬ ଘଣ୍ଟା ମଧ୍ୟରେ ସମଗ୍ର ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର : ଦକ୍ଷିଣ ପଶ୍ଚିମ ମୌସୁମୀ ବୃଷ୍ଟିପାତ ଓଡ଼ିଶାର ୧୫ ଜିଲ୍ଲାରେ ଏବଂ ରବିବାର ଦିନ ୫ଟି ଜିଲ୍ଲାରେ ଅନୁଭୂତ ହୋଇଛି । ତେବେ ଆସନ୍ତା ୩୬ ଘଣ୍ଟା ମଧ୍ୟରେ ସମଗ୍ର ଓଡ଼ିଶାରେ ମୌସୁମୀ ବୃଷ୍ଟିପାତ ହେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱରସ୍ଥ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

ମୌସୁମୀ ଜଳବାୟୁ ଜନିତ ବୃଷ୍ଟିପାତ ଓଡ଼ିଶାର ନବରଙ୍ଗପୁର, ମାଲକାନଗିରି, କୋରାପୁଟ, ଗଜପତି ଓ ରାୟଗଡ଼ା ଜିଲ୍ଲାରେ ଅନୁଭୂତ ହୋଇଯାଇଛି । ସେହିପରି ଆଜି ସକାଳେ ପୁରୀ, କଳାହାଣ୍ଡି, କନ୍ଧମାଳ, ଖୋର୍ଦ୍ଧା ଓ ଗଞ୍ଜାମ ଜିଲ୍ଲାର କେତେକ ସ୍ଥାନରେ ମୌସୁମୀ ବୃଷ୍ଟିପାତ ହୋଇଛି ।

ତେବେ ଆସନ୍ତା ୩୬ ଘଣ୍ଟା ମଧ୍ୟରେ ରାଜ୍ୟର କେତେକ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ରାଜ୍ୟର ବାଲେଶ୍ୱର, କେନ୍ଦୁଝର, ମୟୁରଭଞ୍ଜ, କଳାହାଣ୍ଡି, ବଲାଙ୍ଗିର ଓ ନୂଆପଡ଼ା ଜିଲ୍ଲା ମାନଙ୍କରେ ପ୍ରବଳ ବର୍ଷା ହେବାର ସୂଚନା ଦେଇଛନ୍ତି ପାଣିପାଗ କର୍ତ୍ତୃପକ୍ଷ ।

ସମୁଦ୍ର ମଧ୍ୟକୁ ନିଯିବାକୁ ସତର୍କ ସୂଚନା ଜାରି କରିଛନ୍ତି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଏହି ସମୟ ମଧ୍ୟରେ ବଜ୍ରପାତ ସହିତ ୪୦-୫୦ କିମି ବେଗରେ ପବନ ବହିବାର ଆଶଙ୍କା ମଧ୍ୟ ରହିଛି ବୋଲି ସତର୍କ ସୂଚନା ମିଳିଛି ।

Leave A Reply

Your email address will not be published.