Latest Odisha News

BREAKING NEWS

‘ଅମ୍ଫାନ’ ପ୍ରଭାବରେ ଉପକୂଳ ଓଡ଼ିଶାରେ ବର୍ଷା ଜାରି

ଭୁବନେଶ୍ୱର: ସାମୁଦ୍ରିକ ଝଡ ‘ଅମ୍ଫାନ’ ପ୍ରଭାବରେ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ଆରମ୍ଭ ହୋଇଯାଇଛି। ଖୋର୍ଦ୍ଧା, ପୁରୀ, ବାଲେଶ୍ୱର, କୋର୍ଣାର୍କ ଓ ଗାଂଜମରେ ବର୍ଷା ଲାଗି ରହିଛି । କାଲି ଅପରାହ୍ନ ଯାଏ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ବାତ୍ୟା ପ୍ରଭାବରେ ଉତର ଓଡିଶାରେ ୧୧୦ରୁ ୧୨୦ କିଲୋମିଟର ବେଗରେ ପବନ ବହିବ । ଦକ୍ଷିଣ ଓଡିଶାରେ ୪୫ରୁ ୫୫ କିଲୋମିଟର ବେଗରେ ପବନ ବହିବ ।

ସମୁଦ୍ର କୂଳବତୀ ଅଂଚଳରୁ ସନ୍ଧ୍ୟା ସୁଦ୍ଧା ସ୍ଥାନାନ୍ତର ପ୍ରକ୍ରିୟା ସରିବ । ଜଗତସିଂହପୁର, କେନ୍ଦ୍ରାପଡା, ବାଲେଶ୍ୱର, ଭଦ୍ରକରେ ବେଶି ପ୍ରଭାବ ପଡିବ। ସେପଟେ ପ୍ରଭାବିତ ୪ ଜିଲ୍ଲାରେ ସ୍ଥାନାନ୍ତରଣ ପ୍ରକ୍ରୟା ଜାରି ରହିଛି । ଗଜପତି, ଜଗତସିଂହପୁର,କେନ୍ଦ୍ରାପଡା, ଭଦ୍ରକ,ଯାଜପୁର ଓ ବାଲେଶ୍ୱରରେ ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯାଉଛି ।

ବାତ୍ୟା ସମୟରେ ବାହାରକୁ ନବାହାରି ଘରେ ରହିବା ପାଇଁ ସତର୍କ କରାଇଛନ୍ତି । ଏହା ସହ ଘରେ ଶୁଖିଲା ଖାଦ୍ୟ ରଖିବା ପାଇଁ କହିଛନ୍ତି । ପ୍ରଭାବିତ ହେବାକୁ ଥିବା ଜିଲ୍ଲାପାଳଙ୍କ ସହ ଆଲୋଚନା କରାଯାଉଛି । ଜିଲ୍ଲାପାଳ ସମସ୍ତ ଅଂଚଳ ବୁଲି ସ୍ଥିତି ପରଖୁଛନ୍ତି । ୧୫ଟି ଏନଡିଆରଏଫ ଟିମ ନିୟୋଜିତ କରାଯାଇଛି ।

Leave A Reply

Your email address will not be published.