Latest Odisha News

BREAKING NEWS

ବିଦେଶ ଗସ୍ତ ବାବଦକୁ କେତେ ଖର୍ଚ୍ଚ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି, ଜାଣନ୍ତୁ…

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଭାବେ ୨୦୧୪ ମସିହାରେ ନରେନ୍ଦ୍ର ଦାମୋଦର ମୋଦି ଦେଶର ଶାସନଭାର ଗ୍ରହଣ କରିବାର ସାଢ଼େ ଚାରି ବର୍ଷ ମଧ୍ୟରେ ପ୍ରାୟ ୮୪ଟି ବିଦେଶ ଗସ୍ତ ବାବଦକୁ ୨ହଜାର କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି ।

ରାଜ୍ୟସଭାରେ ଏକ ପ୍ରଶ୍ନର ଉତ୍ତର ଦେବାକୁ ଦେବାକୁ ଯାଇ ଏହି ତଥ୍ୟ ଉପସ୍ଥାପନ କରିଛନ୍ତି କେନ୍ଦ୍ର ବୈଦେଶିକ ବ୍ୟାପାର ରାଷ୍ଟ୍ର ମନ୍ତ୍ରୀ ଭି କେ ସିଂହ।୨୦୧୪ ମସିହା ଜୁନ୍ ୧୫ରୁ ୨୦୧୮ ମସିହା ଡିସେମ୍ବର ୩ ତାରିଖ ଯାଏଁ ମୋଦି କରିଥିବା ବିଦେଶ ଗସ୍ତର ତଥ୍ୟ ପ୍ରଦାନ କରିଛନ୍ତି ମନ୍ତ୍ରୀ ।

ମିଳିଥିବା ସୂଚନା ଅନୁଯାୟୀ ପ୍ରଧାନମନ୍ତ୍ରୀ ମୋଦି ବିଭିନ୍ନ ଦେଶ ଗସ୍ତ କରିବା ସହିତ କେତେକ ବିଶ୍ୱସ୍ତରୀୟ ନେତାମାନଙ୍କୁ ସାକ୍ଷାତ କରିଥିଲେ । ଏହି ସାକ୍ଷାତରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ, ଚୀନ୍ ରାଷ୍ଟ୍ରପତି ସି ଜିଙ୍ଗପିଙ୍ଗ ସହିତ କୁଟନୈତିକ ତଥା ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି ନେଇ ଆଲୋଚନା କରିଥିଲେ ।

ସ୍ୱତନ୍ତ୍ର ଜେଟ୍ ଏୟାର ଇଣ୍ଡିଆ ଓ୍ଵାନ୍ ଏବଂ ଅନ୍ୟଏକ ଜେଟର ରକ୍ଷଣାବେକ୍ଷଣରେ ପ୍ରାୟ ୧୫୮୩.୧୮ କୋଟି ଓ ଚାଟାର୍ଡ ଫ୍ଲାଇଟ୍ ବାବଦକୁ ୪୨୯.୨୮ କୋଟି ଏବଂ ବିଦେଶ ଗସ୍ତ କାଳରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ ହଟ୍ଲାଇନ୍ ଯୋଗାଯୋଗ ବ୍ୟବସ୍ଥା ଯୋଗାଇଦେବା ବାବଦରେ ୯କୋଟି ୧୨ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି।

ପ୍ରଧାନମନ୍ତ୍ରୀ ମୋଦି ୨ ଶହଟି ଗାଇ ରୱାଣ୍ଡାକୁ ଉପହାର ସ୍ୱରୂପ ପ୍ରଦାନ କରିଥିଲେ । ଏହି ଗାଇ ଗୁଡିକୁ ଶାନ୍ତିପୂର୍ଣ୍ଣ ଉଦ୍ଦେଶ୍ୟ ରେ ସମର୍ପିତ କରି ପର୍ତ୍ତୁଗାଲ, ଭିଏତନାମ ଏବଂ ଓମାନ ସହ ରଖି ଏକ ରାଜିନାମା ସ୍ୱାକ୍ଷର କରିଥିଲେ ।

ସାସଂଦ ବିନୟ ବିଶ୍ୱମ୍ ୨୦୧୪ ମସିହାରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ବୈଦେଶିକ ଗସ୍ତ ଏପରିକି ଗସ୍ତ କରିଥିବା ବିଦେଶର ନାମ, କେଉଁ ଦେଶ ସହ ଚୁକ୍ତି ତଥା ହସ୍ତାକ୍ଷର ସ୍ୱିକାର ଏବଂ ତାଙ୍କର ଯାତ୍ରା ବାବଦକୁ ଏୟାର ଇଣ୍ଡିଆକୁ ପ୍ରଦାନ କରାଯାଇଥିବା ଅର୍ଥରାଶି ଏବଂ ବିଦେଶ ଯାତ୍ରା ସମ୍ପର୍କରେ ରାଷ୍ଟ୍ରମନ୍ତ୍ରୀ ଭି କେ ସିଂହଙ୍କୁ ବିସ୍ତୃତ ବିବରଣୀ ମାଗିଥିଲେ ।

Leave A Reply

Your email address will not be published.