Latest Odisha News

BREAKING NEWS

ଖୋଲିଲା ହୀରାକୁଦର ଆଉ ୩ଟି ଗେଟ୍

ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରରୁ ବନ୍ୟାଜଳ ନିଷ୍କାସନ ଲାଗି ଶନିବାର ଦିନ ଆଉ ୩ଟି ଗେଟ୍ ଖୋଲିଛନ୍ତି ଡ୍ୟାମ୍ କର୍ତ୍ତୃପକ୍ଷ । ଏହାକୁ ମୋଟ୍ ୧୫ଟି ଗେଟ୍ ଦେଇ ଜଳ ନିଷ୍କାସିତ ହେଉଛି ।

ମିଳିଥିବା ସୂଚନାନୁଯାୟୀ ଉପରମୁଣ୍ଡରେ ପ୍ରବଳବର୍ଷା ଯୋଗୁଁ ଡ୍ୟାମ୍ କର୍ତ୍ତୃପକ୍ଷ ଏଭଳି ନିଷ୍ପତ୍ତି ନେଇଥିବା ଜଣାପଡିଛି । ଏହା ମଧ୍ୟକୁ ବର୍ତ୍ତମାନ ସୁଦ୍ଧା ସେକେଣ୍ଡ ପିଛା ୮୧,୨୨୪ କ୍ୟୁସେକ୍ ଜଳ ପ୍ରବେଶ କରୁଥିବାବେଳେ ପାଖାପାଖି ସେକେଣ୍ଡ ପିଛା ୨ ଲକ୍ଷ ୩୯୭ କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି ।

ମିଳିଥିବା ସୂଚନାନୁଯାୟୀ ଏହି ଜଳଭଣ୍ଡାରର ସର୍ବୋଚ୍ଚ ଜଳ ଧାରଣ କ୍ଷମତା ୬୩୦ ଫୁଟ୍ ଥିବାବେଳେ ଏହାର ଜଳସ୍ତର ୬୧୫.୮୩ ଫୁଟକୁ ଛୁଇଁଛି ।

Leave A Reply

Your email address will not be published.