Latest Odisha News

ଜାଣନ୍ତୁ, କିଏ ଓ କେବେ କଲା ‘ଟଙ୍କା’ର ଉଦ୍ଭାବନ…

ଭୁବନେଶ୍ୱର: ସଭିଙ୍କ ଜୀବନରେ ଟଙ୍କାର ମହତ୍ତ୍ୱ ବୋଧେ ଢେର ଅଧିକ । ଏହାକୁ ପାଇବା ପାଇଁ ସମସ୍ତେ ପରିଶ୍ରମରତ । ଲୋକେ କହନ୍ତି ଟଙ୍କା ଥିବା ଲୋକ ପାଇଁ ସରଗ ବି ହାତ ପାହାନ୍ତାରେ। ତେବେ କ’ଣ ଆପଣଙ୍କ ମନକୁ ଏହି ପ୍ରଶ୍ନ ଉଙ୍କି ମାରିଛି, କିଏ ଏହି ଟଙ୍କାର ଉଦ୍ଭାବକ? କେବେ ଭାବିଛନ୍ତି କି କିଏ ଏହାକୁ ପ୍ରଥମେ ପ୍ରଚଳନ କରିଥିଲେ ?

ଆଜି ଆମେ ଆପଣଙ୍କୁ ଜଣାଇବୁ ଏହି ଟଙ୍କାର ଇତିହାସ….

ସେର ଶାହା ସୁରୀ ନାମକ ଜଣେ ବ୍ୟକ୍ତି ଭାରତରେ ପ୍ରଥମେ ଟଙ୍କାର ପ୍ରଚଳନ କରିଥିଲେ। ଭାରତରେ ସୂରୀ ସାମ୍ରାଜ୍ୟ ସ୍ଥାପନ କରିଥିବା ତଥା ଭାରତର ସିଂହ ନାମରେ ପ୍ରସିଦ୍ଧ ସେର ଶାହା ସୂରୀ ଖୁବ୍ କମ୍ ସମୟ ମଧ୍ୟରେ ବହୁ ବଡ ବଡ ଇତିହାସ ସୃଷ୍ଟି କରିଥିଲେ। ସେ ଏଭଳି ସବୁ ପ୍ରଥାର ଆରମ୍ଭ କରିଥିଲେ ଯାହା ପାଇଁ ଆମେ ଆମେ ଆଜିବି ଉପକୃତ ହେଉଛେ । ତା ମଧ୍ୟରୁ ଟଙ୍କା ଅନ୍ୟତମ ।

ଇତିହାସ:

ଭାରତରେ ପ୍ରଥମ ଥର ପାଇଁ ୧୪୫୧ରେ ଅଫଗାନ ସାମ୍ରାଜ୍ୟର ଆରମ୍ଭ ହୋଇଥିଲା। ଏହାପରେ ଆଫଗାନିସ୍ତାନରୁ ବହୁ ଲୋକ ନିଜ ସ୍ଥିତି ସୁଧାରିବାକୁ ଭାରତ ଆସିଥିଲେ। ସେମାନଙ୍କ ମଧ୍ୟରୁ ଜଣେ ଥିଲେ ଇବ୍ରାହିମ ସୂରୀ।

ଇବ୍ରାହିମ ସୂରୀ କରୁଥିଲେ ଘୋଡା ବ୍ୟବସାୟ। ତାଙ୍କ ପୁଅ ହସନ ଖାନ ଜୌନପୁରର ଗଭର୍ଣ୍ଣର ଚମଲଖାନଙ୍କ ସେବାରେ ଥିଲେ। ହସନ ଖାନଙ୍କ ୪ଜଣ ସ୍ତ୍ରୀ ଓ ୮ଟି ସନ୍ତାନ ଥିଲେ। ସେମାନଙ୍କ ମଧ୍ୟରୁ ଜଣେ ଥିଲେ ଫରିଦ ଖାନ ଅର୍ଥାତ୍ ସେର ଶାହା ସୂରୀ।

ତାଙ୍କ ଜନ୍ମକୁ ନେଇ ଇତିହାସକାର ଅଲଗା ଅଲଗା ମତ ଦେଉଛନ୍ତି। କିନ୍ତୁ ବହୁ ଇତିହାସକାରଙ୍କ କହିବା ଅନୁଯାୟୀ ତାଙ୍କର ଜନ୍ମ ୧୪୮୬ରେ ହୋଇଥିଲା।

୧୫ ବର୍ଷ ବୟସରେ ଫରିଦ ଖାନ ନିଜ ସାବତ ମାଙ୍କ ଠାରୁ ଅତିଷ୍ଠ ହୋଇ ଘର ଛାଡି ଜୌନପୁର ପଳାଇଥିଲେ। ସେଠାରେ ସେ ଶିକ୍ଷାଲାଭ କରିଥିଲେ। ଏହାପରେ ୧୫୨୨ରେ ବିହାରର ଗଭର୍ଣ୍ଣର ସୁଲତାନ ମହମ୍ମଦ ଖାନଙ୍କ ସେବାରେ ସାମିଲ ହୋଇଥିଲେ।

ନିଜର ସୌର୍ଯ୍ୟ ପ୍ରଦର୍ଶନ କରିବାକୁ ଯାଇ ସେ ଥରେ ଏକାକୀ ସିଂହର ସାମ୍ନା କରିଥିଲେ ଏବଂ ସିଂହକୁ ମାରିବାରେ ସଫଳ ହୋଇଥିଲେ।

ତାଙ୍କର ଏହି ପରାକ୍ରମ ପରଠାରୁ ସେର ଖାନ ନାମରେ ନାମିତ ହୋଇଥିଲେ।

ଏହାପରେ ସେର ଖାନ ମୋଗଲ ଶାସକ ବାବରଙ୍କ ସେବାରେ ସାମିଲ ହୋଇଥିଲେ। ୧୫୩୪ରେ ସେର ଖାନ ସୁରଜଗଡ ଯୁଦ୍ଧରେ ମହମ୍ମଦ ଶାହାକୁ ପରାସ୍ତ କରି ବଙ୍ଗାଳର ବହୁ ଅଂଶ ହାସଲ କରିଥିଲେ।

ସେପଟେ ୧୫୩୦ରେ ବାବରଙ୍କ ପରଲୋକ ପରେ ତାଙ୍କ ପୁଅ ହୁମାୟୁନ ମୋଗଲ ଶାସନ ସମ୍ଭାଳିଥିଲେ। ସେହି ସମୟରେ ୧୫୩୭-୩୯ ଯାଏଁ ହୁମାୟୁନ ଆଗ୍ରା ନଥିଲେ। ଏହାର ସୁଯୋଗ ନେଇ ସେର ଖାନ ଆଗ୍ରା ହାସଲ କରିଥିଲେ।

ଏହି କ୍ରମରେ ୧୫୪୦ରୁ ଭାରତରେ ଦ୍ଵିତୀୟ ଅଫଗାନ ଶାସନ ଆରମ୍ଭ ହେଲା। ସେର ଶାହା ସୂରୀ ତାଙ୍କ ଶାସନ କାଳର ୭ ବର୍ଷ ମଧ୍ୟ ବହୁ ଉପଲବ୍ଧି ହାସଲ କରିଥିଲେ। ଟଙ୍କା ପ୍ରଚଳନ ଆରମ୍ଭ କରିଥିଲେ। ଯାହା ଆମେ ଆଜି ବି ବ୍ୟବହାର କରୁଛେ। ତାଙ୍କର ପ୍ରଭାବ ଏଭଳି ଥିଲା କି ସେର ଶାହାଙ୍କ ଶତ୍ରୁ ହୁମାୟୁନ ତାଙ୍କର ମୃତ୍ୟୁ ପରେ ରାଜାଙ୍କର ଗୁରୁ ସମ୍ମାନରେ ସମ୍ମାନିତ କରିଥିଲେ।

Leave A Reply

Your email address will not be published.