Latest Odisha News

BREAKING NEWS

ଶ୍ରୀଜଗନ୍ନାଥଙ୍କ ଚନ୍ଦନଯାତ୍ରା; ଜାଣନ୍ତୁ କିପରି ପାଳିତ ହୁଏ..

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦ୍ବାଦଶ ଯାତ୍ରା ମଧ୍ୟରେ ଦୋଳ, ଚନ୍ଦନ ଓ ରଥଯାତ୍ରା ଅନ୍ୟତମ । ଦୋଳରେ ଗୋବିନ୍ଦ, ଚନ୍ଦନରେ ମଧୁସୂଦନ ଓ ରଥରେ ବାମନ ରୂପେ ପ୍ରଭୁ ଭକ୍ତଙ୍କ ଦୁଃଖ ହରଣ କରନ୍ତି । ଆସନ୍ତୁ ଆମେ ଜାଣିବା ଚନ୍ଦନ ଯାତ୍ରା ବିଷୟରେ।

ଦୋଳେ ଚ ଦୋଳ ଗୋବିନ୍ଦ
ଚାପେ ଚ ମଧୁସୂଦନ
ରଥେତୁ ବାମନ ଦୃଷ୍ଟ୍ବା
ପୁର୍ନ ଜନ୍ମ ନବିଦ୍ଯତେ।।

ଚନ୍ଦନ ଯାତ୍ରା କୁ ବିଜେ କରୁଥିବା ଶ୍ରୀଜୀଉମାନେ ନରେନ୍ଦ୍ର ପୁଷ୍କରିଣୀ ଚକଡ଼ାରେ ପହଂଚିବା ପରେ ଶ୍ରୀ ଜୀଉମାନଙ୍କୁ ଦୁଇଟି ଚାପ ରେ ବିଜେ କରାଯାଇଥାଏ। ଏହି ଦୁଇଟି ଚାପ ହେଉଛି ନନ୍ଦା ଓ ଭଦ୍ରା ।

ଭଦ୍ରା ଚାପ:

ଦୁଇଟି ନୌକାକୁ ଯୋଡ଼ାଯାଇ ପକ୍ଷ ଯୁକ୍ତ ହଂସମୁଖ ଥାଇ ଚାପ ନିର୍ମିତ ହୋଇଥାଏ। ଉକ୍ତ ଚାପ ରେ ଦୁଇଟି ସିଂହାସନ ଆଗ ପଛ ହୋଇଥାଏ । ଆଗ ସିଂହାସନ ରେ ରାମ କୃଷ୍ଣ ଏବଂ ପଛ ସିଂହାସନ ରେ ପଞ୍ଚ ମହାଦେବ (ଶ୍ରୀଲୋକନାଥ, ଶ୍ରୀଜମ୍ବେଶ୍ୱର, ଶ୍ରୀନୀଳକଣ୍ଠେଶ୍ୱର, ଶ୍ରୀକପାଳମୋଚନ, ଶ୍ରୀମାର୍କଣ୍ଡେଶ୍ୱର) ବିଜେ ହୋଇଥାନ୍ତି। ଏହି ଚାପ ଟିରେ ଲାଲ ରଙ୍ଗର କନା ମଣ୍ଡଣୀ ହୋଇଥାଏ ।

ନନ୍ଦା ଚାପ:

ଏହି ଚାପ ର ମଣ୍ଡଣୀ ଧଳା କନା ରେ ହୋଇଥାଏ। ଏହି ଚାପରେ ଏକ ବଡ଼ ରୂପା ସିଂହାସନ ଥାଏ। ଏହା ଉପରେ ଶ୍ରୀ ମଦନମୋହନ , ଶ୍ରୀଦେବୀ ଓ ଭୂଦେବୀ ବିରାଜିତ ହୋଇ ନୌବିହାର କରିଥାନ୍ତି।

ଏହି ଦୁଇଟି ଚାପ ପୁରାତନ ଶୈଳୀରେ ନିର୍ମିତ ହୋଇ ଥାଏ ।

 

Leave A Reply

Your email address will not be published.