Latest Odisha News

BREAKING NEWS

କେମିତି ନିରାପଦରେ ଦେଖିପାରିବେ ପରାଗ

ଆଜି ସୂର୍ଯ୍ୟପରାଗ ଅନୁଷ୍ଠିତ ହେବ । ଏହା ପୂର୍ବାହ୍ନ ପ୍ରାୟ ୧୦ଟା ୨୦ରୁ ଆରମ୍ଭ ହୋଇ ଦିନ ୨ଟା ୨୦ରେ ମୋକ୍ଷ ହେବ । ତେବେ ଦିନ ୧୨.୧୫ ରୁ ୧୨ଟା ୩୦ ମଧ୍ୟରେ ସର୍ବାଧିକ ପରାଗ ଅନୁଷ୍ଠିତ ହେବ । ତେବେ ସୂର୍ଯ୍ୟଙ୍କୁ ଖାଲି ଆଖିରେ ଦେଖିବା କ୍ଷତିକାରକ । ତେଣୁ ପରାଗ ସମୟରେ ସୂର୍ଯ୍ୟଙ୍କୁ ଖାଲି ଆଖିରେ ଦେଖିବା ଅନୁଚିତ । ତେବେ ଏହି ବିରଳ ଦୃଶ୍ୟକୁ ଦେଖିବା ପାଇଁ କିଛି ପଦ୍ଧତି ରହିଛି ।

ସୋଲାର ଫିଲଟର୍

ସୂର୍ଯ୍ୟଙ୍କୁ ଖାଲି ଆଖିରେ ସିଧାସଳଖ ଦେଖିବା ଅନୁଚିତ । ସ୍ବତନ୍ତ୍ର ସୋଲାର ଫିଲଟର ଚଷମା ମାଧ୍ୟମରେ ସୂର୍ଯ୍ୟ ପରାଗ ଦେଖିବା ସବୁଠୁ ନିରାପଦ । ତେବେ ଏହି ଚଷମାକୁ ଅଧିକ ସମୟ ପିନ୍ଧିବା ଅନୁଚିତ । ସୋଲାର ଫିଲଟର ଦେଇ ସୂର୍ଯ୍ୟଙ୍କୁ କିଛି ସମୟ ଦେଖିବା ପରେ ଅନ୍ୟ କିଛି ଜିନିଷକୁ ଆଉ କିଛି ସମୟ ଦେଖିବା ଉଚିତ ।

ୱେଲଡିଂ ଗ୍ଲାସ୍

ସୂର୍ଯ୍ୟଙ୍କୁ ଖାଲି ଆଖିରେ ସିଧାସଳଖ ଦେଖିବା ଅନୁଚିତ । ତେବେ ବିକଳ୍ପ ଭାବରେ ୧୪ ନମ୍ବର ୱେଲଡିଂ ଗ୍ଲାସ ମାଧ୍ୟମରେ ସୂର୍ଯ୍ୟଙ୍କୁ ଦେଖିହେବ । ସୂର୍ଯ୍ୟଙ୍କୁ ଦେଖିବା ପାଇଁ ଅନ୍ୟ ମାଧ୍ୟମ ଅପେକ୍ଷା ୱେଲଡିଂ ଦୋକାନରେ ଏହା ସହଜରେ ମିଳିପାରିବ । ୧୪ ନମ୍ବର ୱେଲଡିଂ ଗ୍ଲାସ୍ ରେ ଦେଖିବା ବେଳେ ସୂର୍ଯ୍ୟ ସବୁଜ ରଙ୍ଗର ଦେଖାଯିବେ । ଏହି ୱେଲଡିଂ ଗ୍ଲାସକୁ ଫ୍ରେମ୍ ରେ ରଖି ଆଖିଠାରୁ ଦୂରରେ ରଖି ସୂର୍ଯ୍ୟଙ୍କୁ ଦେଖିବା ଉଚିତ ।

ଟେଲିସ୍କୋପ ଏବଂ କ୍ୟାମେରା ସୋଲାର ଫିଲଟର

ଟେଲିସ୍କୋପ ବା କ୍ୟାମେରାରେ ସୂର୍ଯ୍ୟଙ୍କୁ ସିଧାସଳଖ ଦେଖିବା ସଂପୂର୍ଣ୍ଣ ଅନୁଚିତ । ଏଥିପାଇଁ କେବଳ ସ୍ୱତନ୍ତ୍ର ସୋଲାର ଫିଲଟର ବ୍ୟବହାର କରିବା ଉଚିତ । କ୍ରୋମିଅମ ବା ଆଲମୁନିୟମ ମାଇଲାର ଫିଲଟରକୁ ବ୍ୟବହାର କରାଯାଇପାରିବ ।

ପ୍ରତିଫଳନ ପଦ୍ଧତି

ଦର୍ପଣ ପ୍ରତିଫଳନ ପଦ୍ଧତିରେ ସୂର୍ଯ୍ୟପରାଗ ଦେଖିବା ନିରାପଦ ମାଧ୍ୟମ । ତେବେ ମନେ ରହେ ଦର୍ପଣରେ ସିଧାସଳଖ ସୂର୍ଯ୍ୟର ପ୍ରତିଛବି ଦେଖିବା ଅନୁଚିତ । ଏଥିପାଇଁ ଗୋଟିଏ ବଡ ଗୋଲିଆ ଦର୍ପଣ (ପ୍ରାୟ ୭.୫ ସେମି) ଆବଶ୍ୟକ । ଏହାକୁ ଘୋଡାଇ ମଝିରେ ଛୋଟ କଣାଟିଏ କରିବା । ଏଥିରେ ସୂର୍ଯ୍ୟର ପ୍ରତିଫଳନକୁ ଏକ କାନ୍ଥରେ ପକାଇବା । ଏହି ପଦ୍ଧତି ସବୁଠୁ ନିରାପଦ ।

 

ପିନହୋଲ୍ କ୍ୟାମେରା

ଗୋଟିଏ କାର୍ଡବୋର୍ଡରେ ଚାରିକୋଣିଆ କଣା ଟିଏ କର । ଏହାଉପରେ ପତଳା ଆଲୁମିନିୟମ ଫଏଲଟିଏ ଲଗାଅ । ଏଥିରେ ସରୁ କଣା ଟିଏ କର । ସୂର୍ଯ୍ୟକୁ ପଛ କରି ଠିଆ ହୁଅ । ଏହି ସରୁ କଣା ବାଟେ ସୂର୍ଯ୍ୟକିରଣ ଆସିବାକୁ ଦିଅ । ତଳେ ଖଣ୍ଡିଏ ଧଳା କାଗଜ ପକାଇ ତା ଉପରେ ସୂର‌୍ୟ୍ୟର ପ୍ରୋଜେକ୍ସନ ପକାଅ । ସୂର୍ଯ୍ୟ ପରାଗ ସମୟରେ ଗଛ ତଳେ ଅନେକ ଖଣ୍ଡିଆ ସୂର୍ଯ୍ୟର ପ୍ରତିଛବି ଦେଖିହେବ । ଗଛର ପତ୍ର ଭିତରେ ଥିବା ଫାଙ୍କ ପିନ୍ ହୋଲି କ୍ୟାମେରା ଭଳି କାମ କରେ ।

Leave A Reply

Your email address will not be published.