Latest Odisha News

BREAKING NEWS

ଆସନ୍ତୁ ଜାଣିବା ରୁଦ୍ରାକ୍ଷ ପିନ୍ଧିବା ନେଇ କେଉଁ ସତର୍କତା ଅବଲମ୍ବନ କରିବା ଉଚିତ

ପୁରୀ: ଶ୍ରାବଣମାସରେ ଶିବଙ୍କ ନିକଟତର ହେବା ପାଇଁ ସମସ୍ତେ ଚାହାନ୍ତି । ଏହାର ଏକ ମାଧ୍ୟମ ହେଲା ରୁଦ୍ରାକ୍ଷ ମାଳ ପରିଧାନ । ତେବେ ଏହାକୁ ପରିଧାନ କରିବା ନେଇ କେତେକ ନିୟମ ମାନିବା ଉଚିତ । ଶିବଙ୍କ ଲୁହ ବୁନ୍ଦାରୁ ରୁଦ୍ରାକ୍ଷର ଉତ୍ପତି ହୋଇଥିଲା । ଏହା ଏକମୁଖୀରୁ ୧୪ମୁଖୀ ପର୍ଯ୍ୟନ୍ତ ଅଛି । ଆସନ୍ତୁ ଜାଣିବା ଏ ସମ୍ପର୍କରେ..
୧.ରୁଦ୍ରାକ୍ଷ ଧାରଣ କରିଥିବା ଲୋକ ଅଧର୍ମ କରିବ ନାହିଁ ।
୨.ସମ୍ପୂର୍ଣ୍ଣ ଗୋଲ ହୋଇ ନ ଥିବା, ଭଙ୍ଗା ଓ ଅତି ଛୋଟ ଆକୃତିର ରୁଦ୍ରାକ୍ଷ ପିନ୍ଧିବା ଉଚିତ ନୁହେଁ ।
୩. ସୋମବାର ଏବଂ ଶୁଭ ମୂହର୍ତରେ ଏହାକୁ ପିନ୍ଧିବା ଉଚିତ ।

୪.ରୁଦ୍ରାକ୍ଷକୁ ପଂଚାମୃତରେ ବୁଡାଇ ପବିତ୍ର କରାଯିବା ପରେ ପିନ୍ଧିବା ଉଚିତ ।
୫.ପରିଧାନ ପୂର୍ବରୁ ଅଷ୍ଟଗନ୍ଧ, କେସର, ଚନ୍ଦନ, ଧୂପ-ଦୀପ ଓ ଫୁଲରେ ଶିବଲିଙ୍ଗ ଏବଂ ରୁଦ୍ରାକ୍ଷକୁ ପୂଜା କରିବାକୁ ପଡିବ ।
୬. ପିନ୍ଧିବା ପରେ ୧୦୮ ଥର ଓଁ ନମ ଶିବାୟ ମନ୍ତ୍ର ଜପ କରିବା ଉଚିତ ।
୭. ସୁନା, ରୂପା କିମ୍ବା ନାଲି ସୂତାରେ ରୁଦ୍ରାକ୍ଷକୁ ପରିଧାନ କରାଯାଇ ପାରିବ ।

୮.ଏହାକୁ ଧାରଣ କରିବା ପରେ ପ୍ରତ୍ୟେକ ଦିନ ଶିବଙ୍କୁ ପୂଜା କରିବାକୁ ପଡିବ ।
୯. ଆମିଷଦ୍ରବ୍ୟ ଠାରୁ ଦୂରେଇ ରହିବାକୁ ପଡିବ ।
୧୦.ରୁଦ୍ରାକ୍ଷକୁ ନିଷ୍ଠାର ସହ ପିନ୍ଧିଲେ ସମସ୍ତ ବିଘ୍ନ ଦୂର ହେବ ।

Leave A Reply

Your email address will not be published.