Latest Odisha News

BREAKING NEWS

ରାଜଧାନୀରେ ଚାଞ୍ଚଲ୍ୟ, ଡଷ୍ଟବିନରୁ ନର କଙ୍କାଳ ଠାବ

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ନୟାପଲ୍ଲୀ ନିକଟ ଏକ ଡଷ୍ଟବିନରୁ ଶୁକ୍ରବାର ଦିନ ଗୋଟିଏ ନର କଙ୍କାଳ ଠାବ କରାଯାଇଛି ।

ପ୍ରାପ୍ତ ସୂଚନାନୁଯାୟୀ, ଭୁବନେଶ୍ୱର ମହାନଗର ନିଗମ (ବିଏମସି)ର ଜଣେ ସଫେଇ କର୍ମଚାରୀ ଆଜି ସକାଳେ ଆଇଆରସି ଭିଲେଜ୍ ନିକଟରେ ଥିବା ଏକ ଡଷ୍ଟବିନକୁ ଅଭିଆ ଆବର୍ଜନା ଫୋପାଡିବାକୁ ଆସିଥିଲେ । ସେହି ସମୟରେ ଏକ ପଲିଥିନରେ ଗୋଟିଏ ମଣିଷ କଙ୍କାଳ ବନ୍ଧା ହୋଇ ଉକ୍ତ ଡଷ୍ଟବିନରେ ପଡିଥିବା ଦେଖିବାକୁ ପାଇଥିଲେ । ପରେ ସେ ଏନେଇ ସ୍ଥାନୀୟ ବାସିନ୍ଦାଙ୍କୁ ଜଣାଇଥିଲେ ।

ଖବର ପାଇ ନୟାପଲ୍ଲୀ ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ସହ ଉକ୍ତ ପଲିଥିନ୍ ବ୍ୟାଗରୁ ମଣିଷ କଙ୍କାଳ ଓ ହାଡ ଜବତ କରିଛି ।

ତେବେ “କଙ୍କାଳର ଡିଏନଏ ଟେଷ୍ଟ ତଥା ଲିଙ୍ଗ ସମ୍ପର୍କରେ ଜାଣିବା ଲାଗି ଆମେ ଏହାକୁ ରାଜ୍ୟ ଫରେନସିକ୍ ଲାବ୍ରୋଟ୍ରୋରୀକୁ ପରୀକ୍ଷା ପଠାଇବୁ । ରିପୋର୍ଟ ଆସିବା ପରେ ଯାଇ ଏନେଇ ତଦନ୍ତ ଆରମ୍ଭ କରାଯିବ” ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।

Leave A Reply

Your email address will not be published.