Latest Odisha News

BREAKING NEWS

ଆସନ୍ତା ସେପ୍ଟେମ୍ବରରୁ ପୁଣି ବସିବ ‘ହୁନର ହାଟ’

ନୂଆଦିଲ୍ଲୀ: ଆସନ୍ତା ସେପ୍ଟେମ୍ବରରୁ ପୁଣି ଆରମ୍ଭ ହେବ ହୁନର ହାଟ । ଲୋକଲଟୁ ଗ୍ଲୋବାଲ ବାର୍ତ୍ତା ନେଇ ଏହି ହାଟ ଖୋଲିବ । କରୋନା ପାଇଁ ପ୍ରାୟ ୫ ମାସ ଧରି ଏହା ବନ୍ଦ ଥିଲା । ଚଳିତ ଥର ଲହି ହାଟରେ ବହୁ କାରିଗର ଓ ଶିଳ୍ପୀ ନିଜର ଅନୁପମ ହାତ ତିଆରି ସାମଗ୍ରୀ ସହ ଯୋଗ ଦେବା ସମ୍ଭାବନା ରହିଛି । ହୁନର ହାଟ ଏଯାବତ ଦେଶର କୋଣ ଅନୁକୋଣରୁ କାରିଗର ଓ ଶିଳ୍ପୀଙ୍କୁ ଅକର୍ଷିତ କରିବା ସହ ଏକ ଏମ୍ପାୱାରମେଣ୍ଟ ଏକ୍ସଚେଞ୍ଜ ଭାବେ କାର୍ଯ୍ୟ କରି ଆସୁଛି ଓ ଏଥିରେ ଦେଶୀ ହସ୍ତ ତିଆରି ସାମଗ୍ରୀ ସ୍ଥାନିତ ହେଉଛି ।

କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାରମନ୍ତ୍ରୀ ମୁକ୍ତାର ଆବାସ ନକଭି କହିଛନ୍ତି ଯେ, ଏହି ‘ହୁନର ହାଟ’ ଗତ ପାଞ୍ଚ ବର୍ଷ ମଧ୍ୟରେ ୫ ଲକ୍ଷରୁ ଅଧିକ କାରିଗର, ଶିଳ୍ପୀ ରୋଷେଇ ବିଶେଷଜ୍ଞ ଓ ଅନ୍ୟାନ୍ୟ ଲୋକଙ୍କୁ ନିଯୁକ୍ତି ଏବଂ ରୋଜଗାର ସୁଯୋଗ ଦେଇଛି । ନକଭି କହିଛନ୍ତି ଯେ, କରୋନା ମହାମାରୀ ବିରୋଧୀ ଦେଶ ବିଦେଶ ଲକଡାଉନ ସମୟରେ କାରିଗର ଓ ଶିଳ୍ପୀମାନେ ଘରେ ବେକାର ହୋଇ ନ ବସି ନିଜନିଜର ଅନୁପମ ହସ୍ତକଳା ଓ ହସ୍ତଶିଳ୍ପ ସାମଗ୍ରୀ ପ୍ରସ୍ତୁତ କରିଛନ୍ତି ।

ସମୟର ସଦୁପଯୋଗ କରି ସେମାନେ ପ୍ରସ୍ତୁ ତ କରିଥିବା ଅନେକ ଚ ମତ୍କା ର ସାମଗ୍ରୀକୁ ପରବର୍ତ୍ତୀ ହୁନର ହାଟରେ ପ୍ରଦର୍ଶିତ କରାଯିବ । ଆଗାମୀ ହୁନର ହାଟରେ ସାମାଜିକ ଦୂରତ୍ୱ ରକ୍ଷା ସହ ଅନ୍ୟାନ୍ୟ ସମସ୍ତ ସ୍ୱାସ୍ଥ୍ୟ ରକ୍ଷା ନିୟମ ପାଳନ କରାଯିବ । ସମସ୍ତଙ୍କ ପାଇଁ ମାସ୍କ ବାଧ୍ୟତାମୂଳକ ହୋଇଥିବା ବେଳେ ପରିମଳ ବ୍ୟବସ୍ଥା ଉପରେ ମଧ୍ୟ ଗୁରୁତ୍ୱ ଦିଆଯିବ ବୋଲି ନକଭି କହିଛନ୍ତି ।

ସୂଚନା ଯୋଗ୍ୟ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତ ଫେବୃଆରୀ ମାସରେ ନୂଆଦିଲ୍ଲୀ ଇଣ୍ଡିଆ ଗେଟ୍ ନିକଟରେ ଆୟୋଜିତ ‘ହୁନର ହାଟ’ ଅଚାନକ ପହଁଚି ଏହାକୁ ବୁଲି ଦେଖିଥିଲେ । ସେ ବିଭିନ୍ନ ସାମଗ୍ରୀ ଓ ଆୟୋଜକମାନଙ୍କୁ ଉତ୍ସାହିତ କରିଥିଲେ ।

Leave A Reply

Your email address will not be published.