Latest Odisha News

BREAKING NEWS

କୋଭିଡ-୧୯ ମହାମାରୀକୁ ଆଖି ଆଗରେ ରଖି ଆଇସିସି ନୂତନ ନିୟମ ଜାରି

ମୁମ୍ବାଇ : କୋଭିଡ-୧୯ ମହାମାରୀକୁ ଆଖି ଆଗରେ ରଖି ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ନୂତନ ନିୟମ ମଙ୍ଗଳବାର ଜାରି କରିଛି । ବୋଲରମାନେ ବଲକୁ ଚମକାଇବା ପାଇଁ ଳାଳ କିମ୍ବା ଛେପ ଲଗାଇ ପାରିବେ ନାହିଁ । ଯଦି କେହି ଏପରି କରେ ତାହାହେଲେ ପୂରା ଟିମ୍ ଦଣ୍ଡିତ  ହେବ ।

ସେହିପରି ଟେଷ୍ଟ ମ୍ୟାଚରେ କୌଣସି ଖେଳାଳିଙ୍କ ଶରୀରରେ କରୋନା ଲକ୍ଷଣ ଦେଖାଯାଏ ତାହାହେଲେ ଅମ୍ପାୟରଙ୍କ ଅନୁମତି କ୍ରମେ ବଦଳ ଖେଳାଳି ନିଆଯାଇପାରିବ । ମ୍ୟାଚ ରେଫରୀ ଏହାର ନିଷ୍ପତି ନେବେ । ଦିନିକିଆ ଓ ଟି୨୦ରେ ଏହି ନିୟମ ଲାଗୁ ହେବ ନାହିଁ । କୌଣସି ଖେଳାଳି ଭୁଲ ବଶତଃ ଲାଳ ଲଗାଇଦିଏ ତାହାହେଲେ ପ୍ରାଥମିକସ୍ତରରେ ଅମ୍ପାୟର ସ୍ଥିତିକୁ ଅନୁଧ୍ୟାନ କରି ନିଷ୍ପତି ନେବେ ।

Leave A Reply

Your email address will not be published.