Latest Odisha News

BREAKING NEWS

ଆଇସିସି ବୈଠକ: ଟି୨୦ ବିଶ୍ୱକପ ସମ୍ପର୍କରେ ଚୂଡାନ୍ତ ନିଷ୍ପତି ଆସନ୍ତା ମାସରେ

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ ବୈଠକରେ ପୁନର୍ବାର ଟି୨୦ ବିଶ୍ୱକପ ସମ୍ପର୍କରେ କୌଣସି ନିଷ୍ପତି ନିଆଯାଇ ପାରିଲା ନାହିଁ । ଆସନ୍ତା ମାସରେ ହେବାକୁ ଥିବା ବୈଠକରେ ଏ ସମ୍ପର୍କରେ ନିଷ୍ପତି ନିଆଯିବ ବୋଲି ଆଇସିସି ପକ୍ଷରୁ କୁହାଯାଇଛି ।

ଭିଡିଓ କନଫେରେନ୍ସ ମାଧ୍ୟମରେ ବୁଧବାର ହୋଇଥିବା ବୈଠକରେ ମୁଖ୍ୟ କାର୍ଯ୍ୟନିର୍ବାହୀ ମନୁ ସାୱେନେ କହିଥିଲେ, ସମସ୍ତ ଦିଗ ପ୍ରତି ଧ୍ୟାନ ଦେବା ପରେ ଅଷ୍ଟ୍ରେଲିଆରେ ଅକ୍ଟୋବର-ନଭେମ୍ବରରେ ହେବାକୁ ଥିବା ଟି୨୦ ବିଶ୍ୱକପ ନେଇ ଚୂଡାନ୍ତ ନିଷ୍ପତି ନିଆଯିବ । ସେହିପରି ବିସିସିଆଇ ସହିତ ଟିକସ ହ୍ରାସ ସମ୍ପର୍କିତ ସମସ୍ୟାର ସମାଧାନ ସମୟ ସୀମାକୁ ମଧ୍ୟ ଆଇସିସି ଘୁଂଚାଇ ଦେଇଛି ।

Leave A Reply

Your email address will not be published.