ଭୁବନେଶ୍ବର: ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ‘ଉମଙ୍ଗ ଆପ’ ଆରମ୍ଭ କରାଯାଇଛି। ଯାହାକୁ ବ୍ୟବହାର କରି ଲୋକମାନେ ପାଣିପାଗ ସମ୍ବନ୍ଧୀୟ ୭ ପ୍ରକାରର ସୂଚନା ପାଇପାରିବେ।
ଆଇଏମଡିର ୱେବସାଇଟ୍ www.mausam.imd.gov.inରେ ପ୍ରକାଶିତ ହେଉଥିବା ସୂଚନା ମଧ୍ୟରୁ ନିମ୍ନଲିଖିତ ସାତଟି ସେବା ଉମଙ୍ଗ ଆପରେ ଯୋଡା ଯାଇଛି।
ପାଣିପାଗ ପୂର୍ବାନୁମାନ
ବର୍ତ୍ତମାନର ତାପମାତ୍ରା,ପବନ ଗତି, ଆର୍ଦ୍ରତା ସହ ଆପରେ ସୂର୍ଯ୍ୟୋଦୟ ଏବଂ ଅସ୍ତ, ଚନ୍ଦ୍ର ଉଦୟ ଓ ଅସ୍ତ ବିଷୟରେ ସୂଚନା ମଧ୍ୟ ଉପଲବ୍ଧ।
ଏଥିସହିତ ପାଣିପାଗ ଚେତାବନୀ ମଧ୍ୟ ଦିଆଯାଇଛି।
ସହର ପାଣିପାଗ
ଭାରତର ୪୫୦ ସହରରେ ଗତ ୨୪ ଘଣ୍ଟା ତଥା ୭ ଦିନର ପାଣିପାଗ ସମ୍ପର୍କୀତ ପୂର୍ବାନୁମାନ ଉପଲବ୍ଧ।
ସେହିପରି ବର୍ଷା ପୂର୍ବାନୁମାନ ସହ ପର୍ଯ୍ଯଟନ କ୍ଷେତ୍ରରେ ପାଣିପାଗର ସ୍ଥିତି, ଘୂର୍ଣ୍ଣିବଳୟ ଚେତାବନୀ ଏବଂ ସତର୍କ,ସାମୁଦ୍ରିକ ଝଡ ଆଦିର ସୂଚନା ସମ୍ପର୍କରେ ଜାଣିପାରିବେ।
ଉମଙ୍ଗ ହେଉଛି ଏକ ୟୁନିଫାଏଡ୍, ମଲ୍ଟି ଚ୍ୟାନେଲ୍, ମଲ୍ଟି ପ୍ଲାଟଫର୍ମ, ମଲ୍ଟି ଲିଙ୍ଗୁଆଲ୍ ଏବଂ ମଲ୍ଟି ସର୍ଭିସ୍ ମୋବାଇଲ୍ ଆପ୍।
ଏହି ଆପ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ବାରା ନଭେମ୍ବର ୨୦୧୭ ମସିହାରେ ଲଞ୍ଚ କରାଯାଇଥିଲା।