Latest Odisha News

ବସ୍ ନୁହେଁ ଟ୍ରେନ୍‌ରେ ଫେରିବେ ପ୍ରବାସୀ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଏଣିକି ବାହାର ରାଜ୍ୟରୁ ପ୍ରବାସୀ ଓଡ଼ିଆ ଆଉ ବସ୍‌ରେ ଫେରିପାରିବେ ନାହିଁ । ସେମାନେ କେବଳ ଟ୍ରେନ୍ ଯୋଗେ ଫେରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି ।

ସେ କହିଛନ୍ତି, ସୁରତରୁ ଓଡ଼ିଶାକୁ ଦୀର୍ଘ ପଥ ବସ୍‌ରେ ଆସିବା ବେଳେ ପ୍ରବାସୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଖାଇବା ପିଇବାରେ ବହୁ ଅସୁବିଧା ହେଉଛି, ଅଶୁଂଘାତ ଓ ଦୁର୍ଘଟଣା ଭଳି ସମସ୍ୟା ଦେଖାଦେଇଛି । ଏଥିସହ ମହିଳା ଓ ଶିଶୁମାନେ ବିଶେଷ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ତେଣୁ ଏହାକୁ ଦୃଷ୍ଟିରେ ରଖି କେବଳ ଟ୍ରେନ୍ ଯୋଗେ ଫେରିବା ପାଇଁ ପ୍ରବସୀଙ୍କୁ ଅନୁମତି ଦେଇଛନ୍ତି ସରକାର ।

ସେହିପରି କ୍ୱରେଣ୍ଟାଇନ କେନ୍ଦ୍ରରେ ରହୁଥିବା ସମସ୍ତ ବ୍ୟକ୍ତି ନିୟମ ମାନିବାକୁ ବାଧ୍ୟ । କୌଣସି ପ୍ରକାର ବିଶୃଙ୍ଖଳିତ ଆଚରଣକୁ ବରଦାସ୍ତ କରାଯିବ ନାହିଁ । ବର୍ତ୍ତମାନ ର ଅସାଧରଣ ପରିସ୍ଥିତିରେ ସମସ୍ତଙ୍କୁ ତ୍ୟାଗ ସ୍ୱୀକାର କରିବାକୁ ପଡ଼ିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ବିଦେଶରୁ ଫେରୁଥିବା ଓଡ଼ିଆଙ୍କ ପାଇଁ ପଞ୍ଜିକରଣ, ଟେଷ୍ଟିଂ ଓ କ୍ୱାରେଣ୍ଟାଇନ ବାଧ୍ୟତା ମୂଳକ କରାଯାଛି । ଓଡ଼ିଶା ପୂର୍ବରୁ ସରକାରୀ ପୋର୍ଟାଲରେ ପଞ୍ଜୀକରଣ କରିବାକୁ ହେବ । ଓଡ଼ିଶାରେ ପହଞ୍ଚିବା ପରେ ନିର୍ଦ୍ଧାରିତ କ୍ୱାରେଣ୍ଟାଇନ ଅବଧି ପୂରଣ କରିବା ବାଧ୍ୟତାମୂଳକ ହେବ ।

ଗଞ୍ଜାମ, କେନ୍ଦ୍ରାପଡ଼ା, ଭଦ୍ରକ, ବଲାଙ୍ଗୀର, ଯାଜପୁର ଓ ବାଲେଶ୍ୱର ପରି ଜିଲ୍ଲାର ଅଧିକ ଲୋକ ବାହାର ରାଜ୍ୟରେ କାମ କରିଥାନ୍ତି । ତେଣୁ ସେହି ଜିଲ୍ଲା ଗୁଡ଼ିକ ଉପରେ ବିଶେଷ ଦୃଷ୍ଟି ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋଭିଡ-୧୯ ମୁକାବିଲା ସମ୍ପର୍କରେ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ଏହି ଆଲୋଚନାରେ ବହୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ।

Leave A Reply

Your email address will not be published.