Latest Odisha News

ସ୍ମିଥଙ୍କ ଶତକ; ଶୃଙ୍ଖଳା ଜିତିବାକୁ ଭାରତ ଆଗରେ ୨୮୭ ରନର ବିଜୟ ଲକ୍ଷ୍ୟ

ବେଙ୍ଗାଲୁରୁ: ଆଜି ବେଙ୍ଗାଲୁରୁର ଚିନ୍ନାସ୍ୱାମୀ ଷ୍ଟାଡ଼ିୟମରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଶୃଙ୍ଖଳା ଜିତିବାକୁ ହେଉଛି କଡ଼ା ଟକ୍କର୍ । ଭାରତ ସାମ୍ନାରେ କଙ୍ଗାରୁ ଦଳ ଲଢୁଆ ୨୮୭ ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି ।

ଅଷ୍ଟ୍ରେଲୀୟ କପ୍ତାନ ଆରୋନ୍ ଫିଞ୍ଚ ଟସରେ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ସ୍ମିଥଙ୍କ ୧୩୧ ରନର ଶତକୀୟ ଇନିଂସ ବଳରେ ଅଷ୍ଟ୍ରେଲିଆ ଦଳ ଏକ ଲଢୁଆ ସ୍କୋର କରିବାକୁ ସକ୍ଷମ ହୋଇଥିଲା । ଅନ୍ୟ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ଲାବୁସେନ ୫୪ ଓ କ୍ୟାରୀ ୩୪ ରନ କରିଥିଲେ ।

ଭାରତୀୟ ଫାଷ୍ଟବୋଲର୍ ମହମ୍ମଦ ସାମି ୪ଟି ୱିକେଟ ହାସଲ କରିଥିବା ବେଳେ ରବୀନ୍ଦ୍ର ଜାଡ଼େଜା ୨ଟି, ନବଦୀପ ସାଇନି ଓ କୁଲଦୀପ ଯାଦବ ଗୋଟିଏ କରି ୱିକେଟ ହାସଲ କରିଥିଲେ ।

ଭାରତ ଏବେସୁଦ୍ଧା କୌଣସି ୱିକେଟ ନହରାଇ କରିଛି ୩୨ ରନ ।

Leave A Reply

Your email address will not be published.