Latest Odisha News

BREAKING NEWS

ନ୍ୟୁଜିଲାଣ୍ଡ ସାମ୍ନାରେ ଟିମ୍ ଇଣ୍ଡିଆର ବିଶାଳ ସ୍କୋର୍‌; ଭାରତ – ୩୪୭/୪

ହାମିଲଟନ: ହାମିଲଟନଠାରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଅନୁଷ୍ଠିତ ହେଉଥିବା ପ୍ରଥମ ଦିନିକିଆ ମ୍ୟାଚରେ ଆଜି କପ୍ତାନ ବିରାଟ କୋହଲୀଙ୍କ ଟିମ୍ ଇଣ୍ଡିଆ କିୱି ଦଳ ସମ୍ମୁଖରେ ଏକ ବିଶାଳ ସ୍କୋର ଛିଡ଼ା କରିଛି । ଭାରତ ନିର୍ଦ୍ଦାରିତ ୫୦ ଓଭରରେ ୪ଟି ୱିକେଟ ହରାଇ କରିଛି ୩୪୭ ରନ ।

ଭାରତ ପକ୍ଷରୁ ଶ୍ରେୟସ ଆୟାର୍ ତାଙ୍କର ପ୍ରଥମ ପଦାର୍ପଣରେ ଆକର୍ଷଣୀୟ ୧୦୩ ରନର ଶତକ ହାସଲ କରିଛନ୍ତି । କେ ଏଲ୍ ରାହୁଲ ମାତ୍ର ୬୪ଟି ବଲରେ ୬ଟି ବିରାଟ ଛକା ଓ ୩ଟି ବିଶାଳ ଚୌକା ସହିତ ଦମଦାର୍ ୮୮ ରନ କରିଛନ୍ତି ।

ସେହିପରି ଭାବେ କପ୍ତାନ କୋହଲୀ ଉପଯୋଗୀ ୫୧ ରନ କରିଥିବା ବେଳେ ଓପନର୍ ପୃଥିବୀ ଶ’ ୨୦ ରନ ଏବଂ ମାୟଙ୍କ ଅଗ୍ରୱାଲ୍ ୩୨ ରନ କରିବାକୁ ସକ୍ଷମ ହୋଇଛନ୍ତି ।

ନ୍ୟୁଜିଲାଣ୍ଡକୁ ଏହି ମ୍ୟାଚ ଜିତିବାକୁ ହେଲେ ୫୦ ଓଭରରେ କରିବାକୁ ପଡ଼ିବ ୩୪୮ ରନ ।

Leave A Reply

Your email address will not be published.