Latest Odisha News

ଅଷ୍ଟ୍ରେଲିଆ ଆଗରେ ଭାରତ ରଖିଲା ବିଶାଳ ୩୪୧ ରନର ବିଜୟ ଲକ୍ଷ୍ୟ

ରାଜକୋଟ: ଆଜି ରାଜକୋଟଠାରେ ଚାଲିଥିବା ଭାରତ-ଅଷ୍ଟ୍ରେଲିଆ ୨ୟ ଦିବାରାତ୍ର କ୍ରିକେଟ ମ୍ୟାଚରେ ଭାରତ କଙ୍ଗାରୁ ଦଳ ସମ୍ମୁଖରେ ୩୪୧ ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି । ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୬ ୱିକେଟ ହରାଇ କରିଛି ୩୪୦ ରନର ବିଶାଳ ସ୍କୋର ।

ଆଜିର ମ୍ୟାଚକୁ ଜିତିବା ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଛି ବିରାଟ ବାହିନୀ । ଟସରେ ହାରି ପ୍ରଥମେ ବ୍ୟାଟିଂ କରୁଥିବା ଭାରତୀୟ ଦଳ ପ୍ରଥମରୁ ଆକ୍ରମଣାତ୍ମକ ବ୍ୟାଟିଂ ଆରମ୍ଭ କରିଥିଲା । ରୋହିତ ଶର୍ମା ୪୨ରେ ଆଉଟ ହୋଇଥିଲେ ମଧ୍ୟ ଶିଖର ଧାୱନ ୯୦ଟି ବଲରୁ ୯୬ ରନ ସଂଗ୍ରହ କରି ଭାରତୀୟ ଶିବିରରେ ଉତ୍କଣ୍ଠା ଭରି ଦେଇଥିଲେ । ସେ ଗୋଟିଏ ବିଶାଳ ଛକା ସହିତ ୧୩ଟି ଚୌକା ପ୍ରହାର କରିଛନ୍ତି ।

ସେହିପରି ଭାବେ କପ୍ତାନ କୋହଲୀ ୭୮ ରନ ଏବଂ କେ ଏଲ ରାହୁଲ ଆକ୍ରମଣାତ୍ମକ ଢଙ୍ଗରେ ବ୍ୟାଟିଂ କରି ମାତ୍ର ୫୨ଟି ବଲରୁ କରିଛନ୍ତି ୮୦ ରନ । ସେଥିରେ ରହିଛି ୩ଟି ବିଶାଳ ଛକା । ରବୀନ୍ଦ୍ର ଜାଦେଜା ୨୦ ଉପଯୋଗୀ ରନ କରିବା ଫଳରେ ଭାରତ ଏକ ଲଢୁଆ ସ୍କୋର କରିବାକୁ ସକ୍ଷମ ହୋଇଛି ।

Leave A Reply

Your email address will not be published.