Latest Odisha News

BREAKING NEWS

ଭାରତର ଦମଦାର୍ ବ୍ୟାଟିଂ ପ୍ରଦର୍ଶନ, ମୟଙ୍କ ଓ ରୋହିତଙ୍କ ଆକର୍ଷଣୀୟ ଶତକ

ବିଶାଖାପାଟଣା: ଦକ୍ଷିଣ ଆଫ୍ରିକା ବିପକ୍ଷରେ ପ୍ରଥମ ଟେଷ୍ଟମ୍ୟାଚର ପ୍ରଥମ ଇନିଂସରେ ବିରାଟ କୋହଲୀଙ୍କ ଟିମ୍ ଇଣ୍ଡିଆ ଉନ୍ନତ ବ୍ୟାଟିଂ ପ୍ରଦର୍ଶନ କରିଛି । ମ୍ୟାଚର ୧ମ ଦିବସରେ ଓପନିଂ ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ୧୭୬ ରନର ଶତକ ପରେ ମୟଙ୍କ ଅଗ୍ରୱାଲ ୧୭୧ ରନର ଏକ ଶତକୀୟ ଇନିଂସ ଖେଳି କ୍ରିଜରେ ଅପରାଜିତ ରହିଛନ୍ତି । ଭାରତ ଚା’ପାନ ବିରତି ପୂର୍ବରୁ ୨ୟ ଦିବସରେ ମାତ୍ର ୨ଟି ୱିକେଟ ହରାଇ କରିଛି ୩୫୮ ରନ ।

ଦଳର ନିର୍ଭରଯୋଗ୍ୟ ବ୍ୟାଟ୍ସମ୍ୟାନ ଚେତେଶ୍ୱର ପୂଜାରା ୬ ରନ କରି ଆଉଟ ହୋଇଥିବା ବେଳେ ମୟଙ୍କ ୧୭୧ ଏବଂ କପ୍ତାନ କୋହଲୀ ୧୯ ରନ କରି ବ୍ୟାଟିଂ କରୁଛନ୍ତି ।

ବିଶାଖାପାଟଣାର ୱାଇ ବି ରାଜଶେଖର ରେଡ୍ଡି କ୍ରିକେଟ ଷ୍ଟାଡ଼ିୟମରେ ଗତକାଲି ଆରମ୍ଭ ହୋଇଛି ଦକ୍ଷିଣ-ଭାରତ ମଧ୍ୟରେ ଶୃଙ୍ଖଳାର ୧ମ ଟେଷ୍ଟମ୍ୟାଚ । ୧ମ ଦିବସରେ ଦୁଇ ଭାରତୀୟ ଓପନର୍ ରୋହିତ ଶର୍ମା ଏବଂ ମୟଙ୍କ ଅଗ୍ରୱାଲ ସୁନ୍ଦର ବ୍ୟାଟିଂ ପ୍ରଦର୍ଶନ କରି ଯଥାକ୍ରମେ ୧୧୫ ଏବଂ ୮୪ ରନ କରି ଅପରାଜିତ ରହିଥିଲେ ।

ଆଜି ଖେଳ ଆରମ୍ଭରୁ ରୋହିତ ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରି ୬ଟି ଛକା ଏବଂ ୨୩ଟି ଆକର୍ଷଣୀୟ ଚୌକା ସହିତ କରିଛନ୍ତି ୧୭୬ ରନ । ସେ ମହାରାଜଙ୍କ ବଲରେ ଷ୍ଟମ୍ପ ଆଉଟ ହୋଇଛନ୍ତି । ଦଳର ଷ୍ଟ୍ରାଇକର୍ ମୟଙ୍କ ୩ଟି ଛକା ଏବଂ ୨୦ଟି ଚୌକା ସହିତ ୧୭୧ ରନ କରି ଅପରାଜିତ ରହିଛନ୍ତି ।

Leave A Reply

Your email address will not be published.