Latest Odisha News

BREAKING NEWS

ବିରାଟଙ୍କ ଧୁଆଁଧାର ଶତକ ଓ ଭୁବନେଶ୍ୱରଙ୍କ ଘାତକ ବୋଲିଂ: ୫୯ ରନରେ ଜିତିଲା ଭାରତ

ପୋର୍ଟ ଅଫ ସ୍ପେନ: ବର୍ଷା ବାଧାପ୍ରାପ୍ତ ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଅନୁଷ୍ଠିତ ୨ୟ ଦିନିକିଆରେ ଇଣ୍ଡିଜ୍ ଦଳକୁ ଡ଼କୱର୍ଥ ଲୁଇସ୍ ପଦ୍ଧତିରେ ୫୯ ରନରେ ପରାସ୍ତ କରିଛି ଟିମ୍ ଇଣ୍ଡିଆ । କପ୍ତାନ ବିରାଟ କୋହଲୀଙ୍କ ଉପଯୋଗୀ ଶତକ ଏବଂ ଫାଷ୍ଟ ବୋଲର୍ ଭୁବନେଶ୍ୱର କୁମାରଙ୍କ କଞ୍ଜୁସୀ ଘାତକ ବୋଲିଂ ପ୍ରଦର୍ଶନ ଯୋଗୁଁ ଭାରତୀୟ ଦଳ ମ୍ୟାଚ ଜିତି ୩ଟିକିଆ ସିରିଜରେ ୧-୦ରେ ଆଗୁଆ ହୋଇଛି ।

ଟସରେ ଜିତି ବିରାଟ କୋହଲୀ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ଦଳର ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ପରେ ନିଜେ କପ୍ତାନ କୋହଲୀ ବ୍ୟାଟିଂ ବିଭାଗକୁ ସମ୍ପୂର୍ଣ୍ଣ ରୂପେ ସମ୍ଭାଳିଥିଲେ । ବିରାଟ ୧୨୫ଟି ବଲ୍ ଖେଳି କରିଥିଲେ ୧୨୦ ରନ । ନୂଆ ଖେଳାଳି ଶ୍ରେୟସ ଆୟାର୍ ମାତ୍ର ସୁନ୍ଦର ବ୍ୟାଟିଂ ପ୍ରଦର୍ଶନ କରି ମାତ୍ର ୬୮ଟି ବଲରେ ପ୍ରଶଂସନୀୟ ୭୧ ରନ୍ କରିଥିଲେ ।

କାରବିଆନ୍ ବୋଲର ବ୍ରାଥୋୱେଟ୍ ୩ଟି ୱିକେଟ ଅକ୍ତିଆର କରିଥିଲେ ।

ଭାରତୀୟ ଦଳର ୨୭୯ ରନ ଅତିକ୍ରମ କରିବାକୁ ଇଣ୍ଡିଜ୍ ଦଳ ପ୍ରସ୍ତୁତ ହେଉଥିବା ବେଳେ ବର୍ଷା ଯୋଗୁଁ ୪୬ ଓଭରରେ ୨୭୦ ରନର ଟାର୍ଗେଟ ମିଳିଥିଲା ଦଳକୁ । ୱେଷ୍ଟଇଣ୍ଡିଜ୍ ଦଳ ୪୨ ଓଭର୍ ଖେଳି ମାତ୍ର ୨୧୦ ରନ୍ ସଂଗ୍ରହ କରିବାକୁ ସକ୍ଷମ ହୋଇଥିଲା ।

ଭାରତୀୟ ବୋଲର୍ ଭୁବନେଶ୍ୱର କୁମାର ଇଣ୍ଡିଜ୍ ଦଳଲାଗି ଘାତକ ବୋଲର୍ ସାବ୍ୟସ୍ତ ହୋଇଥିଲେ । ସେ ମାତ୍ର ୮ ଓଭର୍ ବୋଲିଂ କରି ୩୧ ରନ ବିନିମୟରେ ମୂଲ୍ୟାନ ୪ଟି ୱିକେଟ ହାସଲ କରିଥିଲେ । ଅନ୍ୟ ବୋଲରଙ୍କ ମଧ୍ୟରେ ମହମ୍ମଦ ସାମି ଓ କୁଲଦୀପ ଯାଦବ ୨ଟି ଲେଖାଏଁ ଏବଂ ଖଲିଲ୍ ଅହମ୍ମଦ ଏବଂ ରବୀନ୍ଦ୍ର ଜାଡ଼େଜା ଗୋଟିଏ କରି ୱିକେଟ ହାସଲ କରିପାରିଥିଲେ ।

ଭାରତୀୟ ଦଳର ଅଧିନାୟକ ‘ବିରାଟ କୋହଲୀଙ୍କୁ ପ୍ଲେୟାର୍ ଅଫ ଦି ମ୍ୟାଚ’ ଘୋଷଣା କରାଯାଇଛି ।

Leave A Reply

Your email address will not be published.