Latest Odisha News

BREAKING NEWS

ଲୋକପ୍ରିୟ ଓଡ଼ିଆ ଅଭିନେତା ବିଜୟ ମହାନ୍ତି ଗୁରୁତର ଅସୁସ୍ଥ: ଡାକ୍ତରଖାନାରେ ଭର୍ତ୍ତି

ଭୁବନେଶ୍ୱର: ଓଡ଼ିଆ ସିନେ ଜଗତର ଲୋକପ୍ରିୟ ଅଭିନେତା ବିଜୟ ମହାନ୍ତି ଗୁରୁତର ଅସୁସ୍ଥ । ଛାତିରେ ଯନ୍ତ୍ରଣା ଅନୁଭବ ହେବାରୁ ତାଙ୍କୁ ହାଇଦ୍ରାବାଦ ସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଏନେଇ ତାଙ୍କ ପରିବାର ପକ୍ଷରୁ ସୂଚନା ମିଳିଛି ।

ବିଗତ କିଛିଦିନ ହେବ ଡାଇବେଟିସ୍ ଜନିତ‌ ରୋଗରେ ସେ ଆକ୍ରାନ୍ତ ଥିଲେ। ଏହାପରେ ତାଙ୍କର ଏକ ଛୋଟ ଅପରେସନ୍‌ କରାଯାଇଥିଲା। ଏଥିରେ ସେ ସୁସ୍ଥ ହୋଇଥିଲେ। ମେ’ ୨୫ ତାରିଖ ଦିନ ସେ ସାମାନ୍ୟ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ହୃଦ୍‌ଘାତ ସମସ୍ୟା ଦେଖା ଦେଇଥିଲା। ତାଙ୍କୁ ବର୍ତ୍ତମାନ ଭେଣ୍ଟିଲେଟରରେ ରଖାଯାଇଥିବା ସୂଚନା ମିଳିଛି ।

Leave A Reply

Your email address will not be published.