Latest Odisha News

BREAKING NEWS

ଭାରତ ଓ ଅଷ୍ଟ୍ରେଲିଆ ଅନ୍ତିମ ଦିନିକିଆ ମ୍ୟାଚ୍‌; ସିରିଜ ହାତେଇବା ଲକ୍ଷ୍ୟରେ ବିରାଟ ବାହିନୀ

ବେଙ୍ଗାଲୁରୁ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ବେଙ୍ଗାଲୁର ଠାରେ ରବିବାର ଦିନ ସିରିଜର ଅନ୍ତିମ ତଥା ଶେଷ ଦିନିକିଆ ମ୍ୟାଚ ଅନୁଷ୍ଠିତ ହେବ । ଏହି ଅନ୍ତିମ ମ୍ୟାଚ ଜିତି ସିରିଜ ହାତେଇବା ଲକ୍ଷ୍ୟରେ ବିରାଟ ବାହିନୀ ମଇଦାନକୁ ଓହ୍ଲାଇବାକୁ ଯାଉଛି ।

ବେଙ୍ଗାଲୁରୁର ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଦ୍ୱିପ୍ରହର ୧ଟା ୩୦ମି.ରେ ଏହି ମ୍ୟାଚ ଅନୁଷ୍ଠିତ ହେବାକୁ ଯାଉଛି ।

ପୂର୍ବରୁ ୧-୧ରେ ସିରିଜ ବରାବର ରହିଥିବା ବେଳେ ଆଜିର ମ୍ୟାଚ୍ ଉଭୟ କଙ୍ଗାରୁ ଓ ଭାରତୀୟ ଦଳ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ରହିଛି ।

ବିରାଟ ବିଗ୍ରେଡ ରାଜକୋଟ ଠାରେ ଦମଦାର ପ୍ରଦର୍ଶନ କରିଥିବା ବେଳେ ଆଜିର ମ୍ୟାଚକୁ ନେଇ ଦର୍ଶକଙ୍କ ମଧ୍ୟରେ ବେଶ ଉତ୍କଣ୍ଠା ଦେଖାଦେଇଛି । ଏହାବ୍ୟତିତ ଆଜିର ମ୍ୟାଚରେ ଆଘାତ ଜନିତ କାରଣରୁ ଋଷଭ ପନ୍ଥ ଖେଳିନପାରନ୍ତି ବୋଲି ଟିମ୍ ପକ୍ଷରୁ ସୂଚନା ମିଳିଛି ।

ଟିମ୍ ଇଣ୍ଡିଆ:- ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା (ଉପ ଅଧିନାୟକ), ଶିଖର ଧୱନ, ଶ୍ରେୟାସ୍ ଆୟର୍‌, ଲୋକେଶ ରାହୁଲ, ମନିଷ ପାଣ୍ଡେ, ରବୀନ୍ଦ୍ର ଜାଡେଜା, ମହମ୍ମଦ ସାମୀ, ନବଦୀପ ସୋନିଯଶପ୍ରିତ ବୁମରାହ, କୁଳଦୀପ ଯାଦବ ।

Leave A Reply

Your email address will not be published.