Latest Odisha News

BREAKING NEWS

ହକି ବିଶ୍ୱକପ୍: ଆରମ୍ଭରୁ ଭାରତର ଦମଦାର୍ ବିଜୟ, ଦକ୍ଷିଣ ଆଫ୍ରିକା ୫-୦ରେ ପରାସ୍ତ

ଭୁବନେଶ୍ୱର: ଓଡ଼ିଶା ପୁରଷ ବିଶ୍ୱକପ ହକିରେ ଆୟୋଜକ ଭାରତ ତା’ର ପ୍ରଥମ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ୫-୦ରେ ପରାସ୍ତ କରି ଦମଦାର୍ ବିଜୟ ହାସଲ କରିଛି ।

ଭାରତ ମ୍ୟାଚର ଆରମ୍ଭରୁ ଆକ୍ରମଣାତ୍ମକ ଭଙ୍ଗୀରେ ଖେଳ ଆରମ୍ଭ କରି ମାତ୍ର ୧୨ ମିନିଟ ମଧ୍ୟରେ ୨ଟି ଗୋଲ ସ୍କୋର କରି ପାରିଥିଲା । ଭାରତୀୟ ଦଳ ପକ୍ଷରୁ ମନଦୀପ ସିଂହ ୧୦ ମିନଟରେ ଏକ ଗୋଲ ଏବଂ ୧୨ ମିନିଟରେ ଆକାଶଦୀପ ସିଂହ ଗୋଲ ସ୍କୋର କରିଥିଲେ ।

ଭାରତୀୟ ଦଳ ଘରୋଇ ଦର୍ଶକଙ୍କ ସାମ୍ନାରେ ଚମତ୍କାର ହକି ପ୍ରଦର୍ଶନ କରିବାର ଆଜି ଦେଖାଯାଇଥିଲା । ମ୍ୟାଚର ୪୩ ମିନିଟରେ ସିମରନଜିତ ସିଂହ ଏବଂ ୪୫ ମିନିଟ ସମୟରେ ଲଳିତ ଉପାଧ୍ୟାୟ ଦୁଇଟି ଗୋଲ ସ୍କୋର କରି ଭାରତକୁ ୪-୦ରେ ଅଗ୍ରଣୀ କରାଇଥିଲେ ।

ଖେଳର ୪୬ ମିନିଟରେ ସିମରନଜିତ ସିଂହ ଆଉ ଗୋଟିଏ ଗୋଲ ସ୍କୋର କରିବା ପରେ ଭାରତ ୫-୦ରେ ସହଜରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିପାରିଥିଲା ।

ଭାରତୀୟ ଦଳ ପକ୍ଷରୁ ସିମରନଜିତ ସିଂହ ୨ଟି ଆକର୍ଷଣୀୟ ଗୋଲ ସ୍କୋର କରି ମ୍ୟାନ ଅଫ ଦି ମ୍ୟାଚ୍ ପୁରସ୍କାର ଗ୍ରହଣ କରିଥିଲେ ।

ଆଜି ସ୍ଥାନୀୟ କଳିଙ୍ଗ ଷ୍ଟାଡ଼ିୟମରେ ଭରପୁର ଦର୍ଶକଙ୍କ ଗହଣରେ ଭାରତୀୟ ଦଳ ବେଶ୍ ଉତ୍ସାହିତର ସହିତ ଉନ୍ନତ ହକି ଖେଳିଥିବାର ଦେଖାଯାଇଥିଲା ।

ଭାରତୀୟ ଫ୍ୟାନମାନେ ଭାରତୀୟ ପତାକା ସହିତ ମ୍ୟାଚ ସାରା ଦଳକୁ ଉତ୍ସାହିତ କରୁଥିଲେ ।

Leave A Reply

Your email address will not be published.