Latest Odisha News

BREAKING NEWS

ପାକିସ୍ତାନ ପଙ୍ଗପାଳ ଚିନ୍ତାରେ ଭାରତ

ନୂଆଦିଲ୍ଲୀ : ବର୍ତ୍ତମାନ ଦେଶରେ ଆଉ ଏକ ବଡ଼ ସଙ୍କଟ ଦେଖାଦେଇଛି । ପାକିସ୍ତାନରୁ ଆସିଥିବା ପଙ୍ଗପାଳ ଦଳ ଦିଲ୍ଲୀ ଆଡକୁ ଯାଉଥିବାବେଳେ ରାସ୍ତାରେ ଆସୁଥିବା ଫସଲ ଖାଇ ନଷ୍ଟ କରିବାରେ ଲାଗିଛନ୍ତି । ରାଜସ୍ଥାନରେ ପ୍ରବେଶ କରିଥିବା ପଙ୍ଗପାଳ ବର୍ତ୍ତମାନ ଦେଶର ଅନ୍ୟାନ୍ୟ ସ୍ଥାନକୁ ମାଡି ଚାଲିଛନ୍ତି । ସାଧାରଣତଃ ଜୁନ୍-ଜୁଲାଇରେ ଆସୁଥିବା ଏହି ପଙ୍ଗପାଳମାନେ ଏବେ ଦିଲ୍ଲୀ ଅଭିମୁଖେ ଯାଉଛନ୍ତି ।  ପରିବେଶ ମନ୍ତ୍ରଣାଳୟ ଅନୁଯାୟୀ ଫସଲ ଏବଂ ପନିପରିବାକୁ ସେମାନଙ୍କଠାରୁ ଗୁରୁତର ବିପଦ ରହିଛି । ଏନେଇ ମନ୍ତ୍ରଣାଳୟ ମଧ୍ୟ ସମସ୍ତ ରାଜ୍ୟକୁ ସତର୍କ ସୂଚନା ଜାରି କରିଛି ।

ପଙ୍ଗପାଳ ଦଳ ରାଜସ୍ଥାନର ଜୈସଲମେର, ବାଡମେର, ଶ୍ରୀଗଙ୍ଗଗାନଗର, ଯୋଧପୁରରେ ପ୍ରବେଶ କରି ବର୍ତ୍ତମାନ ଦୌସା, ସାୱାଇମାଧେପୁର, କରୌଲୀ ଏବଂ ଧୌଲପୁରରେ ପହଞ୍ଚିଛନ୍ତି । ଦୁଇ ଦିନ ତଳେ ପଙ୍ଗପାଳଙ୍କ ଏକ ବଡ଼ ଦଳ ଶିବାଡ଼ ଅଞ୍ଚଳରେ ଦୁଇଟି ଦଳରେ ବିଭକ୍ତ ହୋଇଥିଲେ । ଇନ୍ଦ୍ରଗଡ ଲାଖୀରରୁ ଗୋଟିଏ ଦଳ ଏବଂ ବନାସ ନଦୀ ପଟରୁ ଅନ୍ୟ ଏକ ଦଳ ମଧ୍ୟପ୍ରଦେଶ ଏବଂ ଉତ୍ତରପ୍ରଦେଶ ଆଡକୁ ଯାଉଛନ୍ତି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଚେତାବନୀ ଦେଇଛି ଯେ ଯଦି ଏହି କୀଟ ଥରେ ଗୋଟିଏ ଅଞ୍ଚଳରେ ପ୍ରବେଶ କରନ୍ତି ତେବେ ଏହାର ପ୍ରକୋପ ଅତି କମରେ ତିନି ବର୍ଷ ପର‌୍ୟ୍ୟନ୍ତ ଚାଲିବ । ସେମାନଙ୍କର ଅଣ୍ଡାରୁ କୋଟି କୋଟି ସଂଖ୍ୟାରେ ପଙ୍ଗପାଳ ବୃଦ୍ଧି ହୋଇଥାନ୍ତି ।

Leave A Reply

Your email address will not be published.