Latest Odisha News

BREAKING NEWS

ପ୍ରବାସୀ ଶ୍ରମିକଙ୍କ ଦୁଃଖ ବୁଝିପାରୁନି ବିଜେପି: ସୋନିଆ

ନୂଆଦିଲ୍ଲୀ: ଦୁନିଆ ଦେଖିଲାଣି ପ୍ରବାସୀଙ୍କ ଦୁଃଖ । ସେମାନଙ୍କ ଭୟ, ସେମାନଙ୍କ କାତର ସ୍ୱର, ସେମାନଙ୍କ ଯନ୍ତ୍ରଣା, ଦେଶରେ ସମସ୍ତେ ଶୁଣିଲେଣି । ହେଲେ ବିଜେପି ସରକାରଙ୍କ କାନକୁ କିନ୍ତୁ ଏହା ଶୁଣାଯାଉନି । ସମସ୍ତେ ପ୍ରବାସୀଙ୍କୁ ଦୁଃଖ ଅନୁଭବ କରୁଛନ୍ତି କିନ୍ତୁ ବିଜେପି ଏହାକୁ ଦେଖି ପାରୁନାହିଁ । ଏଭଳି କିଛି କଡା ଭାଷାରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧି ।

କଂଗ୍ରେସ ଆଜି ତାର ସ୍ପିକ ଅପ୍ ଇଣ୍ଡିଆ ଅଭିଯାନର ଶୁଭାରମ୍ଭ କରିଛି । ଏହି ଅବସରରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ଏକ ଭିଡିଓ ବାର୍ତ୍ତା ଜାରି କରିଛନ୍ତି । ସେ ଏଥିରେ ଶ୍ରମିକଙ୍କୁ ୬ମାସ ପର‌୍ୟ୍ୟନ୍ତ ୭ହଜାର ୫ଶହ ଟଙ୍କା ଲେଖାଏଁ ଦେବାକୁ କେନ୍ଦ୍ର ନିକଟରେ ଦାବି କରିଛନ୍ତି । ସୋନିଆ କହିଛନ୍ତି ଗତ ଦୁଇ ମାସ ହେଲା କରୋନା ଭାଇରସ କାରଣରୁ ଦେଶ ଆର୍ଥିକ ସଂକଟ ଦେଇ ଗତି କରୁଛି । ସ୍ୱାଧୀନତା ପରେ ପ୍ରଥମ ଥର ପାଇଁ ଶ୍ରମିକଙ୍କ ଏଭଳି ଦୁର୍ଦ୍ଦଶା ସାମ୍ନାକୁ ଆସିଛି । ଶ୍ରମିକ ମାନେ ଖାଲି ପାଦରେ ହଜାର ହଜାର କିଲୋମିଟର ଚାଲି ଚାଲି ଘରକୁ ଫେରୁଛନ୍ତି । ଏମାନଙ୍କ ଦୁଃଖ ସମସ୍ତେ ଅନୁଭବ କରୁଥିବା ବେଳେ ସରକାର ନିକଟରେ କିନ୍ତୁ ଏହି ଯନ୍ତ୍ରଣା ପହଂଚିପାରୁ ନାହିଁ ।

ସେ ଆହୁରି କହିଛନ୍ତି ଯେ, ପ୍ରବାସୀଙ୍କୁ ତୁରନ୍ତ ୧୦ ହଜାର ଟଙ୍କା ଲେଖାଏଁ ଦେବା ଉଚିତ । ଦେଶବ୍ୟାପୀ ଲକଡାଉନ୍ ଯୋଗଁ ହଠାତ କାମ ହରାଇଥିବା ହଜାର ହଜାର ପ୍ରବାସୀ ଶ୍ରମିକଙ୍କ ଘର ବାହୁଡା ପାଇଁ ମାଗଣା ଏବଂ ନିରାପଦ ଯାତ୍ରା ସୁନିଶ୍ଚିତ କରାଇବା ଦରକାର । ଏଥିସହ ଘରବାହୁଡା ଶ୍ରମିକଙ୍କ ପାଇଁ ମନରେଗାର କାର୍ଯ୍ୟ ଦିବସ ୨ଶହ ଦିନକୁ ବୃଦ୍ଧି କରିବାକୁ ସୋନିଆ ସରକାରଙ୍କୁ ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.