Latest Odisha News

BREAKING NEWS

ଲଢୁଆ ପ୍ରଦର୍ଶନ ସତ୍ତ୍ୱେ ବିଶ୍ୱକପରୁ ବିଦାୟ ନେଲା ଭାରତ…

ଲଣ୍ଡନ: ବିଶ୍ୱକପ୍ ସେମିଫାଇନାଲରେ ଭାରତ ଉନ୍ନତ ଖେଳ ପ୍ରଦର୍ଶନ କରିଥିଲେ ମଧ୍ୟ ବର୍ଷାବାଧକ ମ୍ୟାଚ ଭାରତ ଲାଗି ମହଙ୍ଗା ସାବ୍ୟସ୍ତ ହୋଇଛି । ଭାରତ ନ୍ୟୁଜିଲାଣ୍ଡଠାରୁ ୧୮ ରନରେ ପରାସ୍ତ ହୋଇ ଫାଇନାଲ୍ ଖେଳରୁ ବଞ୍ଚିତ ହୋଇଛି । ନ୍ୟୁଜିଲାଣ୍ଡ ଦଳ ଫାଇନାଲରେ ଇଂଲଣ୍ଡ-ଅଷ୍ଟ୍ରେଲିଆ ହେବାକୁ ଥିବା ୨ୟ ସେମିଫାଇନାଲର ବିଜେତାକୁ ଭେଟିବ ।

କିୱିଦଳ ବୁଧବାର ଦିନ ଭାରତ ସାମ୍ନାରେ ୨୩୯ ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା । ଆଜି ଭାରତୀୟ ଓପନର ରୋହିତ ଶର୍ମା ଏବଂ କେ ଏଲ ରାହୁଲଙ୍କ ସମେତ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାାନମାନେ ଅସଫଳ ହୋଇଥିଲେ । ଅଲରାଉଣ୍ଡର୍ ରବୀନ୍ଦ୍ର ଜାଡ଼େଜା ଏବଂ ପୂର୍ବ କପ୍ତାନ ମହେନ୍ଦ୍ର ସିଂହ ଧୋନୀ ମ୍ୟାଚ ଜିତିବାକୁ ଶେଷ ପର୍ଯ୍ୟନ୍ତ ଲଢୁଆ ବ୍ୟାଟିଂ ପ୍ରଦର୍ଶନ କରିଥିଲେ । ରବୀନ୍ଦ୍ର ଜାଡ଼େଜା ଏବଂ ଧୋନୀ ଆଉଟ୍ ହୋଇଯିବା ପରେ ଭାରତର ପରାଜୟ ନିଶ୍ଚିତ ହୋଇଯାଇଥିଲା । ଜାଡ଼େଜା ମାତ୍ର ୫୯ ବଲରେ ପ୍ରଶଂସନୀୟ ୭୭ ରନ୍ କରିଥିଲେ । ଧୋନୀ ମଧ୍ୟ ଶେଷ ପର୍ଯ୍ୟନ୍ତ ଭଲ ଖେଳି ୪୩ ରନ କରିଥିଲେ ମଧ୍ୟ ଦୁର୍ଭାଗ୍ୟଜନକଭାବେ ଆଉଟ ହୋଇ ଯାଇଥିଲେ ।

ନ୍ୟୁଜିଲାଣ୍ଡର ୨୩୯ ରନ୍ ଜବାବରେ ଭାରତ ୪୮ ଓଭରରେ ୨୦୯ ରନ୍ କରିବାକୁ ସକ୍ଷମ ହୋଇଛି । ବର୍ଷା ବାଧାପ୍ରାପ୍ତ ମ୍ୟାଚ ମଙ୍ଗଳବାର ସମ୍ପୂର୍ଣ୍ଣ ହୋଇପାରିନଥିବା ବେଳେ ବୁଧବାର ଅବଶିଷ୍ଟାଂଶ ଖେଳ ଅନୁଷ୍ଠିତ ହୋଇଥିଲା । ନ୍ୟୁଜିଲାଣ୍ଡ ୨୧୧ ରନରୁ ଖେଳ ଆରମ୍ଭ କରି ୫୦ ଓଭରରେ ୨୩୯ ରନ କରିବାକୁ ସକ୍ଷମ ହୋଇଥିଲା ।

Leave A Reply

Your email address will not be published.