Latest Odisha News

BREAKING NEWS

ଟି୨୦ ମହିଳା ବିଶ୍ୱକପ କ୍ରିକେଟ: ନ୍ୟୁଜିଲାଣ୍ଡକୁ ହରାଇ ଭାରତ ସେମିଫାଇନାଲରେ

ମେଲବୋର୍ନ: ଟି୨୦ ମହିଳା ବିଶ୍ୱକପ କ୍ରିକେଟର ଗୁରୁବାର ଅନୁଷ୍ଠିତ ରୋମାଂଚକ ମୁକାବିଲାରେ ଭାରତ ୪ ନ୍ୟୁଜିଲାଣ୍ଡକୁ ହରାଇ ସେମିଫାଇନାଲରେ ପ୍ରବେଶ କରିଛି । ପ୍ରଥମେ ବ୍ୟାଟିଂ କରି ଭାରତ ୨୦ ଓଭରରେ ୮ ଉଇକେଟ ହରାଇ ୧୩୩ ରନ କରିଥିଲା । ଶେଫାଳୀ ବର୍ମା ୪୬ ଓ ତାନିଆ ଭାଟିଆ ୨୩ ରନର ଇନିଂସ ଖେଳିଥିଲେ । ଅଧନାୟକ ହରମନପ୍ରୀତ କୌର ପୁନର୍ବାର ବିଫଳ ହୋଇଥିଲେ ।

ରୋଜମେରୀ ମାର୍ଟିନ ଓ ଆମେଲି କେର ନ୍ୟୁଜିଲାଣ୍ଡ ପକ୍ଷରୁ ୨ଟି ଲେଖାଁଏ ଉଇକେଟ ନେଇଥିଲେ । ୧୩୪ ରନର ବିଜୟ ଲକ୍ଷ୍ୟକୁ ପିଛା କରି ନ୍ୟୁଜିଲାଣ୍ଡ ୬ ଉଇକେଟ ବିନିମୟରେ୧୨୯ ରନ କରିବାକୁ ସକ୍ଷମ ହୋଇଥିଲା । ଆମେଲି ବିସ୍ପୋରକ ବ୍ୟାଟିଂ କରି ୩୪ଞ୍ଚ ରନ କରିଥିଲେ । ଟିମ୍ ଇଣ୍ଡିଆ ପକ୍ଷରୁ ଦୀପ୍ତି ଶର୍ମା, ଶିଖା ପାଣ୍ଡେ, ରାଜେଶ୍ୱରୀ ଗାଏକ୍ୱାଡ, ପୁନମ ଯାଦବ ଓ ରାଧା ଯାଦବ ଗୋଟିଏ ଲେଖାଏଁ ଉଇକେଟ ନେଇଥିଲେ ।

Leave A Reply

Your email address will not be published.