Latest Odisha News

BREAKING NEWS

ଆଜି ଭାରତ-ଅଷ୍ଟ୍ରେଲିଆ ୨ୟ ଦିନିକିଆ ଟକ୍କର; ଖେଳିନପାରନ୍ତି ଋଷଭ ପନ୍ଥ

ରାଜକୋଟ: ଆଜି ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୨ୟ ଦିନିକିଆ ମ୍ୟାଚ ଖେଳାଯିବ । ରାଜକୋଟର ସୌରାଷ୍ଟ୍ର ଷ୍ଟାଡିୟମରେ ଦ୍ୱିପ୍ରହର ୧ଟା ୩୦ମି.ରେ ଏହି ମ୍ୟାଚ ଅନୁଷ୍ଠିତ ହେବାକୁ ଯାଉଛି ।

ବିରାଟ ବିଗ୍ରେଡ ପ୍ରଥମ ଦିନିକିଆ ମ୍ୟାଚରେ ଅଷ୍ଟ୍ରେଲିଆ ଠାରୁ ହାରିବା ପରେ ଦ୍ୱିତୀୟ ମ୍ୟାଚ୍ ଭାରତୀୟ ଦଳ ପାଇଁ କର ବା ମର ଭଳି ପରିସ୍ଥିତି ସୃଷ୍ଟି କରିଛି । ଏହାବ୍ୟତିତ ଆଜିର ମ୍ୟାଚରେ ଋଷଭ ପନ୍ଥ ଖେଳିନପାରନ୍ତି ବୋଲି ଟିମ୍ ପକ୍ଷରୁ ସୂଚନା ମିଳିଛି । ଯାହାଫଳରେ ୱିକେଟ୍ କିପିଂ ଭାର ଲୋକେଶ ରାହୁଲଙ୍କ ଉପରେ ପଡିବ ।

ଆଜି ଖେଳାଯିବାକୁ ଥିବା ଏହି ମ୍ୟାଚରେ ଅଷ୍ଟ୍ରେଲିଆ ଦଳ ମଧ୍ୟ ସିରିଜ ଜିତିବା ପାଇଁ ଜୋରଦାର ଚେଷ୍ଟା କରିବ । ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବାକୁ ଥିବା ଏହି ମ୍ୟାଚ ଉଭୟ ଦଳ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ଅଟେ ।

ଟିମ୍ ଇଣ୍ଡିଆ:- ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା, ଶିଖର ଧୱନ, ଲୋକେଶ ରାହୁଲ, ମନିଷ ପାଣ୍ଡେ, ଶ୍ରେୟାସ୍ ଆୟର୍‌, ରବୀନ୍ଦ୍ର ଜାଡେଜା, ଶାର୍ଦ୍ଦୁଳ ଠାକୁର, ମହମ୍ମଦ ସାମୀ, କୁଳଦୀପ ଯାଦବ ଓ ଯଶପ୍ରିତ ବୁମରାହ ।

Leave A Reply

Your email address will not be published.