Latest Odisha News

BREAKING NEWS

ଶିଖା ପାଣ୍ଡେଙ୍କୁ ସମ୍ବର୍ଦ୍ଧିତ କଲେ ଏୟାର ମାର୍ଶଲ୍ ଏମଜିଏସ୍ ମେମନ୍

ନୂଆଦିଲ୍ଲୀ:ମହିଳା ଟି୨୦ ବିଶ୍ୱକପରେ ଚମତ୍କାର ପ୍ରଦର୍ଶନ କରିଥିବା ଭାରତୀୟ ପେସ୍ ବୋଲର ଶିଖା ପାଣ୍ଡେଙ୍କୁ ଶନିବାର ସମ୍ବର୍ଦ୍ଧିତ କରାଯାଇଛି । ତାଙ୍କୁ ଏୟାର ମାର୍ଶଲ୍ ଏମଜିଏସ୍ ମେମନ୍ ସମ୍ବର୍ଦ୍ଧିତ କରିଛନ୍ତି । ବିଶ୍ୱକପରେ ଶିଖା ୭ଟି ୱିକେଟର ସଫଳତା ପାଇଥିଲେ କିନ୍ତୁ ଫାଇନାଲରେ ନିରାଶ କରିଥିଲେ । ଭାରତ ଅଷ୍ଟ୍ରେଲିଆ ନିକଟରୁ ହାରି ଟାଇଟଲରୁ ବଞ୍ଚିତ ହୋଇଥିଲା ।

ଶିଖା ଭାରତୀୟ ବାୟୁସେନାରେ ସ୍କ୍ୱାଡନ୍ ଲିଡର୍ ଅଛନ୍ତି । ଇଣ୍ଡିଆନ୍ ଏୟାର ଫୋର୍ସର ଟ୍ୱିଟର୍ ହ୍ୟାଣ୍ଡଲରେ ତାଙ୍କର ଏକ ଫଟୋ ଶେଆର୍ କରାଯାଇଛି । ଟି୨୦ ବିଶ୍ୱକପରେ ଭାରତୀୟ ମହିଳା ଟିମ ଜବରଦସ୍ତ ପ୍ରଦର୍ଶନ କରି  ଅପରାଜେୟ ଭାବେ ଫାଇନାଲରେ ପ୍ରବେଶ କରିଥିଲେ । କିନ୍ତୁ ଅଷ୍ଟ୍ରେଲିଆ ଟିମ୍ ସେମାନଙ୍କର ପ୍ରଥମଥର ଟାଇଟଲ୍ ଜିତିବା ସ୍ୱପ୍ନ ଧୂଳିସାତ୍ କରିଦେଇଥିଲା।

Leave A Reply

Your email address will not be published.