Latest Odisha News

BREAKING NEWS

ପ୍ରେରଣା ସାଜିଲେ ଯବାନ, -୨୦ ଡିଗ୍ରୀରେ କରିଲେ ଯୋଗ

ନୂଆଦିଲ୍ଲୀ: ଆଜି ସାରା ବିଶ୍ୱ ପାଳନ କରୁଛି ପଞ୍ଚମ ଅନ୍ତର୍ଜାତୀୟ ଯୋଗ ଦିବସ । ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ସେଲିବ୍ରେଟି ଯୋଗ କରୁଥିବା ବେଳର ଫଟୋ ନଜରକୁ ଆସିଛି ।

ତାସହ ନଜରକୁ ଆସିଛି ଅରୁଣାଚଳ ପ୍ରଦେଶରେ ଆଇଟିବିପି ଯବାନଙ୍କ ଭିନ୍ନ ଧରଣରେ ଯୋଗ କରୁଥିବା ଭିଡିଓ । ତେବେ ଯୋଗକୁ ସ୍ମରଣୀୟ କରିବା ପାଇଁ ଅରୁଣାଚଳ ପଦେଶରେ ୯ମ ବାଟାଲିୟନ ଏଭଳି ପ୍ରୟାସ କରଛି । ତେବେ -୨୦ ଡିଗ୍ରୀରେ ଶତାଧିକ ଯବାନ ଯୋଗ କରୁଥିବା ଭିଡିଓ ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ପାଲଟିଛି ।

ସେହିପରି ଲୋହୁତପୁରରେ ଯବାନ ମାନଙ୍କ ସହ ସେନାର କୁକୁର ମାନେ ମଧ୍ୟ ଯୋଗ କରୁଥିବାର ନଜରକୁ ଆସିଛି ।

Leave A Reply

Your email address will not be published.