Latest Odisha News

BREAKING NEWS

ଭାରତୀୟ ଯବାନଙ୍କୁ ଅଟକ ରଖାଯାଇନଥିଲା: ସେନା

ନୂଆଦିଲ୍ଲୀ: ଭାରତ ଓ ଚୀନ ମଧ୍ୟରେ ବିବାଦ ବଢ଼ିବାରେ ଲାଗିଛି । କେତେକ ମିଡିଆ ଭାରତୀୟ ଯବାନଙ୍କୁ ଚୀନ ଅଟକ ରଖିଥିବା ଖବର ପ୍ରକାଶ କରିଥିଲା । ତେବେ ଭାରତୀୟ ସେନା ପକ୍ଷରୁ ଏହାକୁ ଖଣ୍ଡନ କରାଯାଇଛି । ଏ ଭଳି କୌଣସି ଘଟଣା ଘଟି ନାହିଁ ବୋଲି ସେନା ପକ୍ଷରୁ ସ୍ପଷ୍ଟ କରାଯାଇଛି ।ଭାରତୀୟ ଯବାନଙ୍କୁ ଚୀନ ଯବାନମାନେ ଅଟକ ରଖିବା ପରେ ଛାଡି ଦେଇଥିଲେ । କିନ୍ତୁ ସେନାର କହିବା ଅନୁସାରେ ଚୀନ ପକ୍ଷରୁ କୌଣସି ଭାରତୀୟ ଯବାନଙ୍କୁ ଅଟକ ରଖାଯାଇନଥିଲା କିମ୍ବା ଅସ୍ତ୍ରଶସ୍ତ୍ର ଛଡାଇ ଦିଆଯାଇନଥିଲା ।

ଭାରତ ଓ ଚୀନ୍ ବିବାଦର ମୁଖ୍ୟ କାରଣ ବର୍ଡର ଏରିଆରେ କନଷ୍ଟ୍ରକସନ୍ (ନିର୍ମାଣ ଗତିବିଧି)ର କାମ ବୋଲି କୁହାଯାଉଛି । ତେବେ ବର୍ଡରରେ ଦୁଇ ପକ୍ଷରେ ବିବାଦ ବଢିବାରେ ଲଗିଛି । ସ୍ଥିତି ଠିକ୍ କରିବା ପାଇଁ ସବୁ ପ୍ରକାର ଆଲୋଚନା ଜାରି ରହିଛି । ରାଜନୈତିକ, କୁଟନୈତିକ ଓ ସେନାସ୍ତରରେ ମାମଲାକୁ ସମାଧାନ କରିବାର ଚେଷ୍ଟା ଚାଲିଛି ।ସେନା ପକ୍ଷରୁ ଏହି ବିବାଦ ଉପରେ କୌଣସି ଅଫିସିଆଲ ସୂଚନା ଦିଆଯାଇ ନାହିଁ । ବାସ୍ କେବଳ କୁହାଯାଇଛି ଯାତ୍ରା ସମୟରେ ଚୀନ୍ ସେନା ଦ୍ବାରା ନା ସେନା କିମ୍ବା ଆଇଟିବିପି ଯବାନଙ୍କୁ କଷ୍ଟଡିରେ ନିଆଯାଇ ନଥିଲା ଓ ଅସ୍ତ୍ରଶସ୍ତ୍ର ଛଡାଇ ରଖାଯାଇନଥିଲା ।

Leave A Reply

Your email address will not be published.