Latest Odisha News

ଭାରତୀୟ କ୍ରିକେଟ ଦଳର ଶ୍ରୀଲଙ୍କା, ଜିମ୍ବାୱେ ଗସ୍ତ ସ୍ଥଗିତ

ନୂଆଦିଲ୍ଲୀ: କରୋନା ଭାଇରସ ବିପଦକୁ ଦେଖି ଭାରତୀୟ କ୍ରିକେଟ ଦଳର ଶ୍ରୀଲଙ୍କା, ଜିମ୍ବାୱେ ଗସ୍ତ ସ୍ଥଗିତ କରାଯାଇଛି । ବିସିସିଆଇ ଏ ସମ୍ପର୍କରେ ସୂଚନା ଦେଇଛି । ମହାମାରୀକୁ ଦୃଷ୍ଟିରେ ରଖି ସୀମିତ ଓଭର ଗସ୍ତ ପାଇଁ ଟିମ୍ ଇଣ୍ଡିଆ ଜିମ୍ବାସ୍ବେ ଯିବ ନାହିଁ । ଏହାର ଗୋଟେ ଦିନ ପୂର୍ବରୁ ଶ୍ରୀଲଙ୍କାରେ ହେବାକୁ ଥିବା ସିରିଜରେ ମଧ୍ୟ ସ୍ଥଗିତ ହୋଇସାରିଛି ।

ଟିମ୍ ଇଣ୍ଡିଆ୨୪ ଜୁନ୍ ୨୦୨୦ରୁ ୩ ଦିବସୀୟ ମ୍ୟାଚ୍ ଓ ଟି-୨୦ ପାଇଁ ଶ୍ରୀଲଙ୍କା ଯିବାର ଥିଲା । ପରେ ୨୨ ଅଗଷ୍ଟରେ ଜିମ୍ବାଓ୍ବେରେ ୩ଟି ମ୍ୟାଚର ଓ୍ବାନଡେ ସିରିଜ୍ ଖେଳିବାର ଥିଲା, ଯାହାକୁ ଏବେ ଘୁଞ୍ଚାଇ ଦିଆଯାଇଛି । ତେବେ ରିଲିଜରେ ଏହା ସ୍ପଷ୍ଟ ଭାବରେ ଉଲ୍ଲେଖ କରାଯାଇ ନାହିଁ ଯେ, ଦୁଇଟି ସିରିଜ୍ ରଦ୍ଦ କରାଯାଇଛି ନା ପରେ ହେବ ।

Leave A Reply

Your email address will not be published.