Latest Odisha News

BREAKING NEWS

ଦିଲ୍ଲୀ ହିଂସା ନେଲା ଆଉ ଜଣେ କନେଷ୍ଟବଳଙ୍କ ଜୀବନ, ଡ୍ରେନରୁ ମିଳିଲା ମୃତଦେହ

ନୂଆଦିଲ୍ଲୀ: ଦିଲ୍ଲୀର ସିଏଏ ହିଂସା ନେଲା ପୁଣ ଆଉ ଜଣେ କନେଷ୍ଟବଲଙ୍କ ଜୀବନ । ସୋମବାର ହେଡ କନେଷ୍ଟବଳ ରାମଲାଲଙ୍କ ମୃତ୍ୟୁ ହୋଇଥିବା ବେଳେ ଆଜି ଗୁଇନ୍ଦା ବିଭାଗର ଆଉ ଜଣେ କନେଷ୍ଟବଳଙ୍କ ମୃତ୍ୟୁ ହୋଇଛି । ଦିଲ୍ଲୀ ଚାନ୍ଦବାଗର ଏକ ଡ୍ରେନ୍‌ରୁ ତାଙ୍କ ମୃତଦେହ ଉଦ୍ଧାର ହୋଇଛି ।
ମୃତ ଗୁଇନ୍ଦା ବିଭାଗ କନେଷ୍ଟବଳଙ୍କ ନାଁ ଅଙ୍କିତ ଶର୍ମା ବୋଲି ଜଣାପଇଡଛି । ସେ ଦିଲ୍ଲୀର ଖଜୁରାହାରେ ରହୁଥିଲେ । ମଙ୍ଗଳବାର ସନ୍ଧ୍ୟାରେ ଅଙ୍କିତ ଅଫିସ୍‌କୁ ଯାଇ ଆଉ ଘରକୁ ଫେରିନଥିଲେ । ତେବେ ଆଜି ତାଙ୍କ ମୃତଦେହ ଏକ ନାଳରୁ ମିଳିଛି । ତାଙ୍କ ପରିବାର ଲୋକେ ବିକ୍ଷୋଭକାରୀମାନେ ଟେକା ପଥର ମାଡ କରି ତାଙ୍କୁ ମାରି ନାଳକୁ ଫିଙ୍ଗି ଦେଇଥିବା ଅଭିଯୋଗ କରିଛନ୍ତି । ୨୬ ବର୍ଷୀୟ ଅଙ୍କିତ ଶର୍ମା ୨୦୧୭ରେ ଗୁଇନ୍ଦା ବିଭାଗରେ ଯୋଗ ଦେଇଥିଲେ ।
ସିଏଏ ବିରୋଧୀ ଏବଂ ସମର୍ଥକଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ହିଂସା ଏବେ ଉଗ୍ର ରୂପ ନେଇଛି । ଚାନ୍ଦବାଗ ଉତ୍ତରପୂର୍ବ ଦିଲ୍ଲୀରେ ବ୍ୟାପକ ହିଂସାକାଣ୍ଡ ଘଟିଛି । ସମ୍ଭବତଃ ଏହି ହିଂସାରେ ହିଁ ଗୁଇନ୍ଦା ବିଭାଗ କନେଷ୍ଟବଳଙ୍କ ମୃତ୍ୟୁ ହୋଇଥିବା ଅଶଙ୍କା କରାଯାଉଛି । ହେଲେ ପୋଲିସ ପକ୍ଷରୁ ଏନେଇ କୌଣସି ସୂଚନା ମିଳିପାରି ନାହିଁ ।

Leave A Reply

Your email address will not be published.