Latest Odisha News

BREAKING NEWS

ଓଡ଼ିଶାରେ ରୌଦ୍ରତାପ ଜାରି; ୪୦ ଡିଗ୍ରୀ ସେଲସିୟସ୍ ଛୁଇଁଲା ୧୩ଟି ସହର

ଭୁବନେଶ୍ୱର: ଓଡ଼ିଶାରେ ଜାରି ରହିଛି ଅସହ୍ୟ ଗରମ । ରୌଦ୍ରତାପ ବୃଦ୍ଧି ଯୋଗୁଁ ସୋମବାର ଦିନ ସାରା ରାଜ୍ୟର ଜନ ଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଛି ।

ଆଜି ଟିଟିଲାଗଡ଼ର ସ୍ଥାନ ନେଇଛି ଶିଳ୍ପନଗରୀ ତାଳଚେର । ତାଳଚେରରେ ଆଜି ତାପମାତ୍ରା ବୃଦ୍ଧି ପାଇ ପାରଦ ଛୁଇଁଥିଲା ୪୪.୯ ଡିଗ୍ରୀ ସେଲସିୟସରେ । ସେହିପରି ଅନ୍ୟ ୧୨ଟି ସହରର ତାପମାତ୍ରା ମଧ୍ୟ ୪୦ ଡିଗ୍ରୀରୁ ଅଧିକ ରହିଥିଲା – ଅନୁଗୁଳ ୪୩.୫ ଡିଗ୍ରୀ, ଝାରସୁଗୁଡ଼ା ୪୪.୨ ଡିଗ୍ରୀ, ସମ୍ବଲପୁର ୪୩.୪ ଡିଗ୍ରୀ, ସୁନ୍ଦରଗଡ଼ ୪୦.୫ ଡିଗ୍ରୀ, ଭବାନୀପାଟଣା ୪୪.୬ ଡିଗ୍ରୀ, ବଲାଙ୍ଗୀର ୪୪.୮ ଡିଗ୍ରୀ, ଫୁଲବାଣୀ ୪୧.୮ ଡିଗ୍ରୀ, ଟିଟିଲାଗଡ଼ ୪୧ ଡିଗ୍ରୀ, ମାଲକାନଗିରି ୪୨ ଡିଗ୍ରୀ ଏବଂ ବୌଦ୍ଧର ତାପମାତ୍ରା ୪୩.୨ ଡିଗ୍ରୀ ସେଲସିୟସ୍ ରହିଥିଲା ।

ଅଧିକ ପଢନ୍ତୁ: ବଢ଼ିପାରେ ତାତି, ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭାରତୀୟ ପାଣିପାଗ ସୂତ୍ରରୁ ଜଣାପଡ଼ିଛି ଯେ, ରାଜ୍ୟରେ ଆହୁରି ୩ଦିନ ଉତ୍ତାପ ଜାରି ରହିବ । ଆସନ୍ତା ମେ ୨୯ ତାରିଖ ପର୍ଯ୍ୟନ୍ତ ସୋନପୁର, ସମ୍ବଲପୁର, ଝାରସୁଗୁଡ଼ା, ଦେଓଗଡ଼, ବରଗଡ଼, ବଲାଙ୍ଗୀର, ନୂଆପଡ଼ା, ମାଲକାନଗିରି, କଳାହାଣ୍ଡି ଏବଂ ଅନୁଗୁଳରେ ଗ୍ରୀଷ୍ଣ ଉତ୍ତାପ ଜାରି ରହିବ ।

ରାଜ୍ୟରେ କ୍ରମାଗତ ଭାବେ ଉତ୍ତାପ ବୃଦ୍ଧି ଜାରି ରହୁଥିବା ଯୋଗୁଁ ଅସୁସ୍ଥ ବ୍ୟକ୍ତି, ଶିଶୁ ଏବଂ ବରିଷ୍ଠ ବ୍ୟକ୍ତି ମାନେ ଖରାରେ ବାହାରକୁ ନ’ବାହାରିବାକୁ ପରାମର୍ଶ ଦେଇଛି ପାଣିପାଗ ବିଭାଗ ।

Leave A Reply

Your email address will not be published.