Latest Odisha News

BREAKING NEWS

କରୋନା ଭୟ: ୟୁପିଏସସି ସିଭିଲ ସର୍ଭିସ ୨୦୧୯ର ସାକ୍ଷାତକାର ପରୀକ୍ଷା ସ୍ଥଗିତ

ନୂଆଦିଲ୍ଲୀ: ଦେଶରେ କରୋନାଭାଇରସର ସଂକ୍ରମଣକୁ ନଜରରେ ରଖି ଲୋକ ସେବା ଆୟୋଗ(ୟୁପିଏସସି) ପକ୍ଷରୁ ଆୟୋଜିତ ହେଉଥିବା ସିଭିଲ ସର୍ଭିସ(ମୁଖ୍ୟ)୨୦୧୯ର ସାକ୍ଷାତକାର ପରୀକ୍ଷା ସ୍ଥଗିତ ରଖାଯାଇଛି ।

ଏହି ପରୀକ୍ଷା ଆସନ୍ତା ମାର୍ଚ୍ଚ ୨୩ରୁ ଏପ୍ରିଲ ୩ ତାରିଖ ପର୍ଯ୍ୟନ୍ତ ହେବାକୁ ଥିଲା । ତେବେ ପରୀକ୍ଷାର୍ଥୀଙ୍କ ବ୍ୟକ୍ତିଗତ ସାକ୍ଷାତକାର ପାଇଁ ନୂଆ ତାରିଖ ଘୋଷଣା କରାଯିବ ବୋଲି ଲୋକ ସେବା ଆୟୋଗ ତରଫରୁ ସୂଚିତ କରାଯାଇଛି ।

Leave A Reply

Your email address will not be published.