Latest Odisha News

ଆସନ୍ତାକାଲିଠୁ ଆରମ୍ଭ ହେବ ଅନ୍ତରାଜ୍ୟ ବସ ଚଳାଚଳ

ଭୁବନେଶ୍ୱର: ଆସନ୍ତାକାଲି ଠାରୁ ରାଜ୍ୟରେ ଗଡିବ ବସ ଓ ଟ୍ୟାକ୍ସି । ଏନେଇ ରାଜ୍ୟ ଏସଆରସି ପ୍ରଦୀପ ଜେନା ରବିବାର ଦିନ ସୂଚନା ଦେଇଛନ୍ତି ।

ସୋମବାର ଠାରୁ ସିଟି ବସ୍ ସହ ଆନ୍ତଃ ଜିଲ୍ଲା ବସ୍ ଚଳାଚଳ କରିବ ବୋଲି ସୂଚନା ମିଳିଛି ।ତେବେ ବସରେ ସିଟ୍ କ୍ଷମତା ଠାରୁ ଅଧିକ ଯାତ୍ରୀ ଯାଇପାରିବେ ନାହିଁ । କୌଣସି ବି ଯାତ୍ରୀ ଛିଡା ହୋଇ ଯାତ୍ରା କରିପାରିବେ ନାହିଁ । ଏହା ଉପରେ ପରିବହନ ବିଭାଗ ତୀକ୍ଷଣ ନଜର ରଖିବାକୁ ନିର୍ଦ୍ଦେଶ ଜାରି ହୋଇଛି ।

ଏହାସହ ଯାତ୍ରୀଙ୍କ ସୁବିଧା ପାଇଁ ରାଜ୍ୟରେ ଓଲା, ଉବେର ସମେତ ଅଟୋ ରିକ୍ସା ମଧ୍ୟ ଚାଲିବା ନେଇ ଏସଆରସି ଗ୍ରୀନ ସିଗନାଲ ଦେଇଛନ୍ତି । ଏସବୁ ଗାଡ଼ିରେ ଡ୍ରାଇଭର ବ୍ୟତୀତ ୨ ଜଣ ଯାତ୍ରୀ ଯାଇପାରିବେ ନାହିଁ ବୋଲି ଜଣାପଡିଛି ।

ରାତ୍ରୀକାଳୀନ କର୍ଫ୍ୟୁ ଥିଲେ ବି ଯାତ୍ରୀଙ୍କୁ ନେବା ଆଣିବା ପାଇଁ କରିବା ପାଇଁ ଟ୍ୟାକ୍ସି ଓ ଅଟୋ ୨୪ ଘଣ୍ଟା ବିମାନବନ୍ଦର, ବସ ଷ୍ଟପ୍ ଓ ରେଲୱେ ଷ୍ଟେସନକୁ ଚଳାଚଳ କରିପାରିବେ ବୋଲି ଜଣାପଡିଛି ।ତେବେ ଯାତ୍ରୀମାନେ ସବୁ ସନୟରେ ମାସ୍କ ପିନ୍ଧିବେ । ଏଥିରେ ଖିଲାପ କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ । କାହାଠାରେ କୋଭିଡର ଲକ୍ଷଣ ଥିଲେ ସେମାନଙ୍କୁ ଯାତ୍ରା ପାଇଁ ଅନୁମତି ଦିଆଯିବ ନାହିଁ ବୋଲି ଏସଆରସି ସୂଚନା ଦେଇଛନ୍ତି ।

ବସ୍, ଟ୍ରେନରେ ଗଲାବେଳେ ସାମାଜିକ ଦୂରତା ରକ୍ଷା ସହ ସାନିଟାଇଜର ବ୍ୟବହାର କରିବେ ।

ଏହା ସହ ଆନ୍ତଃରାଜ୍ୟ ମଧ୍ୟରେ ଟ୍ରେନ୍ ମଧ୍ୟ ଚଳାଚଳ ମଧ୍ୟ ଜାରି ରହିବ । କେନ୍ଦ୍ର ସରକାର ଓ ରେଲୱେ ପକ୍ଷରୁ ଜାରି ଗାଇଡଲାଇନ୍ ଅନୁସାରେ ଯାତ୍ରୀ ଯାତ୍ରା କରିବେ ବୋଲି ଏସାଆରସି ସୂଚନା ଦେଉଛନ୍ତି ।

Leave A Reply

Your email address will not be published.