Latest Odisha News

BREAKING NEWS

ଆଇପିଏଲ ପୁନର୍ବାର ଘୁଂଚିଲା

ମୁମ୍ବାଇ: କୋଭିଡ-୧୯ ଲକଡାଉନ ସମୟସୀମାକୁ ଭାରତ ସରକାର ବୃଦ୍ଧି କରିଛନ୍ତି । ଫଳରେ ଆଇପିଏଲ ୨୦୨୦ ଅୟୋଜନକୁ ଅନିର୍ଦ୍ଦିଷ୍ଟ ସମୟ ପାଇଁ ଘୁଂଚାଇ ଦତିଆଯାଇଛି । ଆଇପିଏଲର ୧୩ ତମ ସଂସ୍କରଣ ଅନୁଷ୍ଠିତ ହେବା ନେଇ ଆଶା ମଉଳିବାରେ ଲାଗିଛି । ପୂର୍ବରୁ ଏପ୍ରିଲ ୧୪ ପରେ ଆଇପିଏଲ ଅନୁଷ୍ଠିତ ହେବ ବୋଲି ବିସିସିଆଇ କହିଥିଲା । ହେଲେ ଏବେ ଦେଶରେ କରୋନା ସ୍ଥିତି ସୁଧୁରିଲେ ଓ ଲକଡାଉନ ପୂର୍ଣ୍ଣମାତ୍ରାରେ ହଟିବା ପରେ ଯାଇ ତାରିଖ ଧାର‌୍ୟ୍ୟ କରାଯିବ ବୋଲି ବିସିସିଆଇ ପକ୍ଷରୁ କୁହାଯାଇଛି ।

ମାର୍ଚ୍ଚ ୨୯ ତାରିଖରେ ଆପିଏଲର ୧୩ତମ ସଂସ୍କରଣ ଆରମ୍ଭ ହେବାର ଥିଲା। ହେଲେ କରୋନା ପାଇଁ ୨୧ ଦିନିଆ ଲକଡାଉନ ୨୫ ମାର୍ଚ୍ଚରୁ ଲାଗିବାରୁ ଏହାକୁ ବିସିସିଆଇ ଏପ୍ରିଲ ୧୪ ଯାଏ ସ୍ଥଗିତ ରଖିଥିଲା । ଏବେ ମେ’ ୩ ଯାଏ ଲକଡାଉନ ହେବାରୁ ଆଇପିଏଲକୁ ଚଳିତ ବର୍ଷ ପାଇଁ ବାତିଲ କରାଯିବାର ଆଶଙ୍କା ପ୍ରକାଶ ପାଇଛି।

Leave A Reply

Your email address will not be published.