Latest Odisha News

BREAKING NEWS

ଟି୨୦ ମ୍ୟାଚ ଆୟୋଜନ ପାଇଁ ଗାଭାସ୍କର ଦେଲେ ନୂଆ ଫର୍ମୂଲା

ନୂଆଦିଲ୍ଲୀ: କରୋନାଭାଇରସ୍  ଯୋଗୁ ଚଳିତ ବର୍ଷ ଅ ହେବାକୁଥିବା ଆଇସିସି ଟି୨୦ ବିଶ୍ୱକପ୍ ଆୟୋଜନକୁ ନେଇ ଆଶଙ୍କା ଦେଖା ଦେଇଛି। ବିଶ୍ୱକପ୍ କିପରି ଆୟୋଜନ ହୋଇପାରିବ, ତାକୁ ନେଇ ଭାରତର ପୂର୍ବତନ ବ୍ୟାଟ୍ସମ୍ୟାନ୍ ସୁନୀଲ ଗାଭାସ୍କର ନୂଆ ଫର୍ମୂଲା ବାହାର କରିଛନ୍ତି । ଗାଭାସ୍କର କହିଛନ୍ତି, ଦେଶରେ କରୋନାଭାଇରସର ସଂକ୍ରମଣ ମାମଲା ଯଦି କମିଲା, ତାହେଲେ ଭାରତ ଅଷ୍ଟ୍ରେଲିଆ ସହ ମିଶିକି ଟି୨୦ ବିଶ୍ୱକପର ଅଦଳବଦଳ କରିପାରିବେ ।

ଏହାର ଅର୍ଥ ୨୦୨୧ରେ ହେବାକୁଥିବା ଟି୨୦ ବିଶ୍ୱକପକୁ ଭାରତ ଚଳିତ ବର୍ଷ ଆୟୋଜନ କରିପାରିବ । ଏପରିକି ଯଦି ଏହି ଅଦଳବଦଳ ସମ୍ଭବ, ତାହେଲେ ଭାରତ ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍‌)ର ଆୟୋଜନ ସେପ୍ଟେମ୍ବରରେ କରିପାରିବ। ଗାଭାସ୍କର କହିଛନ୍ତି, ଯଦି ଅଦଳବଦଳ ହୁଏ, ତାହେଲେ ଭାରତ ଚଳିତ ବର୍ଷ ଅକ୍ଟୋବର-ନଭେମ୍ବରରେ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବ। ସେହିକ୍ରମରେ ଅଷ୍ଟ୍ରେଲିଆ ଆସନ୍ତାବର୍ଷ ଏହି ସମୟରେ ହିଁ ବିଶ୍ୱକପ୍ ଆୟୋଜନ କରିପାରିବ।

Leave A Reply

Your email address will not be published.