Latest Odisha News

BREAKING NEWS

କରୋନା ଭାଇରସ ଟୀକା ପାଇଁ ଇରାନ, ରୁଷିଆ ବିରୋଧରେ ଡାଟା ଚୋରି ଉଦ୍ୟମ ଅଭିଯୋଗ

ମସ୍କୋ: ଇରାନ ଓ ରୁଷିଆ ବିରୋଧରେ ବ୍ରିଟେନ ଗୁରୁତର ଅଭିଯୋଗ ଆଣିଛି । ରିପୋର୍ଟ ମୁତାବକ ଉପରୋକ୍ତ ଦୁଇ ଦେଶ ବ୍ରିଟେନର ଗବେଷଣା କେନ୍ଦ୍ରରୁ ଟୀକା ସମ୍ପର୍କୀତ ଡାଟା ଚୋରି କରିବା ପାଇଁ ଉଦ୍ୟମ କରୁଥିଲେ । କୋଭିଡ-୧୯ ସମ୍ପର୍କୀତ ସମସ୍ତ ତଥ୍ୟ ହାସଲ କରିବା ଉଦ୍ଦେଶ୍ୟରେ ସେମାନେ ଏହି ଉଦ୍ୟମକୁ ନ୍ୟାଶନାଲ ସାଇବର ସିକ୍ୟୁରିଟି ସେଂଟର ନିନ୍ଦା କରିଛି ।

ତେବେ ବ୍ରିଟେନର ଗୁରୁତ୍ୱପୂର୍ଣ୍ଣ ସଂସ୍ଥାଗୁଡିକ ଉପରେ କରାଯାଇଥିବା ସାଇବର ଚୋରି ସମ୍ପୂର୍ଣ୍ଣ ଭାବେ ବିଫଳ ହୋଇଛି । ଏନଏଚଏସ କମ୍ପ୍ୟୁଟର ସିଷ୍ଟମ ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ ରହିଛି ବୋଲି ବ୍ରିଟେନ ପକ୍ଷରୁ କୁହାଯାଇଛି । ଏହି ଘଟଣା ପରେ ଆମେରିକା ସମେତ ଅନ୍ୟ ଦେଶଗୁଡିକ ସେମାନଙ୍କ ଡାଟା ସୁରକ୍ଷିତ ରଖିବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିଛନ୍ତି ।

Leave A Reply

Your email address will not be published.