Latest Odisha News

BREAKING NEWS

ଇରାନ ପକ୍ଷରୁ ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ନାଁରେ ଗିରଫ ପରୱାନା

ୱାଶିଂଟନ: ଜେନେରାଲ କାସିମ ସୁଲେମାନିଙ୍କ ମୃତ୍ୟୁ ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପକୁ ଇରାନ ସରକାର ଦାୟୀ କରିଛି । ଏ ନେଇ ଟ୍ରମ୍ପ ଏବଂ ତାଙ୍କ ଅଧିକାରୀଙ୍କ ବିରୋଧରେ ଗିରଫ ପରୱାନା ଜାରି କରିଛି । ଟ୍ରମ୍ପଙ୍କ ନିର୍ଦ୍ଦେଶରେ ହିଁ ଆମେରିକା ଡ୍ରୋନ ଷ୍ଟ୍ରାଇକ କରିଥିଲା । ବାଗଦାଦରେ ହୋଇଥିବା ଏୟାର ଷ୍ଟ୍ରାଇକରେ ଇରାନର ଜେନେରାଲ ପ୍ରାଣ ହରାଇଥିଲେ । ତେଣୁ ଇରାନ୍ ଆଜି ଟ୍ରମ୍ପଙ୍କ ନାଁରେ ଆରେଷ୍ଟ ୱାରେଣ୍ଟ ଜାରି କରିବା ସହ ତାଙ୍କୁ ଅଟକ ରଖିବାରେ ସହଯୋଗ କରିବାକୁ ଇଣ୍ଟରପୋଲକୁ ଅନୁରୋଧ କରିଛି ।

ଇରାନ ସରକାରଙ୍କ ଓକିଲ ଅଲୀ ଅଲକ୍ୱାସିମେହର କହିଛନ୍ତି, ଟ୍ରମ୍ପ ଓ ଅନ୍ୟ ୩୦ ଜଣଙ୍କୁ ଇରାନ ପକ୍ଷରୁ ଜୁନ୍ ୩ ଏୟାର ଷ୍ଟ୍ରାଇକ ପାଇଁ ଦାୟୀ କରାଯାଇଛି । ଏବେ ସେମାନଙ୍କ ନାଁରେ ଆରେଷ୍ଟ ୱାରେଣ୍ଟ ଜାରି କରାଯାଇଛି । ଇରାନ ଟ୍ରମ୍ପଙ୍କ ରାଷ୍ଟ୍ରପତି କାର୍ଯ୍ୟକାଳ ସରିବା ପରେ ବି ତାଙ୍କୁ ଗିରଫ କରିବା ପାଇଁ ଚାପ ସୃଷ୍ଟି କରିବା ଜାରି ରଖିବ । ଆମେ ଇଣ୍ଟରପୋଲକୁ ମଧ୍ୟ ଟ୍ରମ୍ପଙ୍କୁ ଅଟକ ରଖିବାରେ ସହଯୋଗ କରିବାକୁ କହିଛୁ । ଇଣ୍ଟରପୋଲ ତୁରନ୍ତ ସମସ୍ତଙ୍କ ନାଁରେ ରେଡ କର୍ଣ୍ଣର ନୋଟିସ ଜାରି କରିବା ଦରକାର ବୋଲି ସେ କହିଛନ୍ତି ।

Leave A Reply

Your email address will not be published.