Latest Odisha News

BREAKING NEWS

ବାଲୁକା କଳାର ଅନନ୍ୟ ପ୍ରତିଭା ସୁଦର୍ଶନ ପଟ୍ଟନାୟକଙ୍କର ଆଜି ଜନ୍ମଦିନ, ଜାଣନ୍ତୁ ତାଙ୍କ ବିଷୟରେ କିଛି କଥା

ଭୁବନେଶ୍ୱର: ବାଲୁକା କଳା କଥା ଶୁଣିଲେ ପ୍ରଥମେ ମନକୁ ଆସେ ଓଡ଼ିଶାର ସୁଦର୍ଶନ ପଟ୍ଟନାୟକଙ୍କ କଥା । ଅଦିତ୍ୟିୟ କଳାର ସମ୍ଭାର ଥାଏ ତାଙ୍କ ହାତରେ । ପୁରୀ ବେଳାଭୂମି ହେଉ କିମ୍ବା ଅନ୍ତର୍ଜାତୀୟ ବାଲୁକାକଳା ମହୋତ୍ସବ, ସବୁଆଡେ ତାଙ୍କରି କଳା ଓ ତାଙ୍କରି ଛାପ । ତାଙ୍କ ସ୍ପର୍ଶରେ ପ୍ରାଣ ହୀନ ବାଲୁକାରେ ଭରି ଯାଏ ଜୀବନ, ସତେ ଯେପରି ଏହା କଥା କହିବା ଆରମ୍ଭ କରେ। ଖାଲି କଥା କହେନାହୁଁ ତ ଅନେକ ସମୟରେ ଏହା ସାମାଜିକ ବାର୍ତ୍ତା ମଧ୍ୟ ପ୍ରଦାନ କରେ ।

ତେବେ ଏହି ମହାନ କଳାକାର ସୁଦର୍ଶନ ପଟ୍ଟନାୟକଙ୍କର ଆଜି ହେଉଛି ଜନ୍ମ ଦିନ । ଆସନ୍ତୁ ଜାଣିବା ତାଙ୍କ ସମ୍ପର୍କରେ କିଛି କଥା…

ସୁଦର୍ଶନ ଓଡ଼ିଶାର ପୁରୀଠାରେ ଏକ ମଧ୍ୟବିତ୍ତ ପରିବାରରେ ୧୫ ଅପ୍ରେଲ ୧୯୭୭ରେ ଜନ୍ମ ଗ୍ରହଣ କରିଥିଲେ । ସାତ ବର୍ଷ ବୟସରେ ସେ ବାଲିରେ ମୂର୍ତ୍ତି ଗଢ଼ିବା ଆରମ୍ଭ କରିଥିଲେ ।

ସେ ପୁରୀରେ ୧୯୯୫ରେ ଗୋଲ୍ଡେନ ସାଣ୍ଡ ଆର୍ଟ ଇନଷ୍ଟିଚୁଟ ସ୍ଥାପନ କରିଥିଲେ । ପରେ ଏହା ସୁଦର୍ଶନ ସାଣ୍ଡ ଆର୍ଟ ଇନଷ୍ଟିଚୁଟ ନାମରେ ନାମିତ ହୋଇଥିଲା ।

ପୁରୀରେ ବଳରାମ ଦାସଙ୍କ କାଳରୁ ପାଖାପାଖି ୭୦୦ ବର୍ଷର ଏହି ପୁରାତନ କଳାର ବିକାଶରେ ଏହି ସଙ୍ଗଠନ କାମ କରିଥାଏ । ଏଠାକାର ଅନେକ ଛାତ୍ର ଦେଶବିଦେଶରେ ପ୍ରସିଦ୍ଧି ଲାଭ ମଧ୍ୟ କରିଛନ୍ତି ।

ମାନସମ୍ମାନ:

ନିଜର ଏହି ଅଲୌକିକ କଳା ପାଇଁ ରାଜ୍ୟ ଠାରୁ ଆରମ୍ଭ କରି ଅନ୍ତର୍ଜାତୀୟ ସ୍ତର ପର୍ଯ୍ୟନ୍ତ ଅନେକ ସମ୍ମାନରେ ସେ ସମ୍ମାନିତ ହୋଇଛନ୍ତି । ସୁଦର୍ଶନ ୨୦୦୪ ମସିହାରର ଭାରତର ଶ୍ରେଷ୍ଠ ସମ୍ମାନ ପଦ୍ମଶ୍ରୀ ସମ୍ମାନରେ ମଧ୍ୟ ବିଭୂଷିତ ହୋଇଛନ୍ତି। ଏହାଛଡା ସୁଦର୍ଶନଙ୍କ ପାଖରେ ରହିଛି ସମ୍ମାନର ଭଣ୍ଡାର। ସେଗୁଡିକ ମଧ୍ୟରୁ କିଛି ହେଉଛି..

ଆନ୍ତର୍ଜାତୀୟ ବାଲୁକା କଳା ପୁରସ୍କାର(ବର୍ଲିନ)

ବିଶାଳତମ ସାନ୍ତା କ୍ଲାଉସ ନିର୍ମାଣ କରି ବିଶ୍ୱ ରେକର୍ଡ଼

ପିପୁଲ୍ସ ଚଏସ ପୁରସ୍କାର,

୧ମ ମସ୍କୋ ଆନ୍ତର୍ଜାତୀୟ ବାଲୁକା କଳା ଚାମ୍ପିଅନସିପ, ରୁଷିଆ

ଏହା ଛାଡ ସେ ବିଶ୍ୱ ତାପମାନ ବୃଦ୍ଧି ଉପରେ ଜନ ସଚେତନତା ବାବଦରେ ୧୫ ଫୁଟ ଉଚ୍ଚର ଗଣେଶଙ୍କର ବାଲୁକା ମୂର୍ତ୍ତୀ ମଧ୍ୟ ନିର୍ମାଣ କରିଥିଲେ ଯାହା ଉପରେ ହିମାଳୟରୁ ବରଫ ତରଳୁଥିବାର ଛବି ସହ ‘Divine Concern on Global Warming’ ବୋଲି ଲେଖା ଥିଲା ।

ସେ ୩୫ରୁ ଅଧିକ ଆନ୍ତର୍ଜାତୀୟ ବାଲୁକା କଳା ପ୍ରତିଯୋଗିତାରେ ଅଂଶଗ୍ରହଣ କରିସାରିଛନ୍ତି । ତାଙ୍କ ନିର୍ମିତ କଳା ତାଜମହଲ ଏକ ଅନୁପମ କୃତି ।

Leave A Reply

Your email address will not be published.