Latest Odisha News

BREAKING NEWS

ଜଗନ୍ନାଥଙ୍କ ମହାପ୍ରସାଦ ‘କାନିକା’ର ପ୍ରସ୍ତୁତି ବିଧି, ଜାଣନ୍ତୁ

ଭୁବନେଶ୍ୱର: ଶ୍ରୀମନ୍ଦିରରେ ତିନିଠାକୁରଙ୍କ ପାଖରେ ପ୍ରତିଦିନ ଲାଗି ହୁଏ ୫୬ ପ୍ରକାର ପ୍ରସାଦ । ଏହି ୫୬ ଭୋଗ ମଧ୍ୟରୁ କାନିକା ଅନ୍ୟତମ । ଏହାକୁ ମିଠା ଅବଢ଼ା ମଧ୍ୟ କୁହାଯାଏ । ଏହା ପ‌ହିଲି ଭୋଗବେଳେ ଏବଂ ଅନ୍ୟ ଦିନେ ମଧ୍ୟ ତିଆରି ହୁଏ । ୧୯୧୦ ମସିହା ପରେ ଏହା ଗୋପାଳ ବଲ୍ଲଭ ଭୋଗର ଅଂଶ ଭାବେ ରନ୍ଧା ହୋଇଥାଏ ।

ତେବେ ମହାପ୍ରଭୁଙ୍କ ଏହି ଦିବ୍ୟ ମହାପ୍ରସାଦକୁ ଘରେ ପ୍ରସ୍ତୁତ କରିବାକୁ ଚାହୁଁଥିଲେ ଜାଣି ରଖନ୍ତୁ ଏହାର ପ୍ରସ୍ତୁତି ପ୍ରଣାଳୀ…

କାନିକା ଚାଉଳ, ଚିନି, ଘିଅ, ଲବଙ୍ଗ ଆଦି ମିଶାଇ ପ୍ରସ୍ତୁତ କରାଯାଏ ।

ଆବଶ୍ୟକୀୟ ସାମଗ୍ରୀ:

ଚାଉଳ – ୧ କିଲୋ-କୃଷ୍ଣଭୋଗ-ବାସୁମତି
ଚିନି – ୩୫୦ ଗ୍ରାମ
ଡାଳଚିନି – ୫୦ ଗ୍ରାମ
ଲବଙ୍ଗ – ୫ ଗ୍ରାମ
ଜାଇଫଳ – ୧/୨ ଚାମଚ ଗୁଣ୍ଡ
କିସମିସ – ୫୦ ଗ୍ରାମ
ଅଳେଇଚ – ୮ ଗୋଟା
ବୁଟଡାଲି – ୧ ମୁଠା
ତେଜପତ୍ର – ୨ ଗୋଟା
ଘିଅ – ୨୦୦ ଗ୍ରାମ କିମ୍ବା ୩୦୦ ଗ୍ରାମ
ପାଣି – ୨ କେଜି ବା ୨.୫ କେଜି
ଲୁଣ – ପରିମାଣ ଟିକେ କମ୍ ପକାଇଲେ ଭଲ
ଗୁଜୁରାତି – ୮ରୁ ୧୦ ଗୋଟା

ପ୍ରସ୍ତୁତି ପ୍ରଣାଳୀ:

ପ୍ରଥମେ ଚୁଲିରେ ଡେକ୍‌ଚି ବସାଇ ପାଣି ଦିଅନ୍ତୁ । ପାଣି ଗରମ ହୋଇ ଆସିଲେ ଡାଲ୍‌ଚିନିକୁ ଅଧାବାଟି ଏଇ ପାଣିରେ ପକାନ୍ତୁ । ଡାଲଚିନି ପୁରା ବାଟି ହେଲେ ବି ଭଲ ହେବ ।

ଅଳେଇଚ, ଗୁଜୁରାତି ଅଧାଅଧା ଛେଚି ପକାନ୍ତୁ । ତେଜପତ୍ର, ଲବଙ୍ଗ ମଧ୍ୟ ପକାନ୍ତୁ । ପାଣି ଫୁଟି ଆସିଲେ ଚାଉଳ ଓ ବୁଟଡାଲିକୁ ଏକାଠି ଧୋଇ ଫୁଟିବାଆସିବା ପାଣିରେ ପକାନ୍ତୁ । ଚାଉଳ ଫୁଟି ଆସିଲେ ଲୁଣ ପକାନ୍ତୁ । ଅଧା କାନିକା ହୋଇ ଆସିଲେ ଚିନି ଦେଇ ଗୋଳାନ୍ତୁ । ଅଧା ଘିଅ ପକାନ୍ତୁ। କାନିକା ହୋଇ ଆସିଲେ ବାକି ଡାଲ୍‌ଚିନିକୁ ଗୁଣ୍ଡକରି ପକାନ୍ତୁ । ବାକି ଘିଅକୁ ମଧ୍ୟ ପକାଇ ଗୋଳେଇ ଦିଅନ୍ତୁ । କିଛି ସମୟ ଏହାକୁ ଘୋଡାଇ ରଖନ୍ତୁ । ଏହାପରେ ଏକ ପାତ୍ରକୁ ଖୋଲି ଏହାକୁ ପରସି ଦିଅନ୍ତୁ ।

Leave A Reply

Your email address will not be published.