Latest Odisha News

BREAKING NEWS

ବୋହୂକୁ ନିସ୍ତୁକ ମାଡ଼ ମାରି ଗିରଫ ହେଲେ ଶାଶୁ-ଶ୍ୱଶୁର ଓ ଦିଅର

ଯାଜପୁର: ଯାଜପୁର ଜିଲ୍ଲା ଅନ୍ତର୍ଗତ ତେଜପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ବୋହୂକୁ ଗାଁ ଦାଣ୍ଡରେ ଘୋଷାରି ଘୋଷାରି ମାଡ଼ ମାରୁଥିବା ବେଳେ ଗ୍ରାମବାସୀମାନେ ଶାଶୁ, ଶ୍ୱଶୁର ସ ଦିଅରଙ୍କୁ ପୋଲିସ ଜିମାରେ ଦେଇଛନ୍ତି ।

ମିଳିଥିବା ସୂଚନାନୁଯାୟୀ, ଯାଜପୁର ଜିଲ୍ଲା ପାଣିକୋଇଲି ଥାନାର ତେଜପୁର ଗ୍ରାମରେ ଜଣେ ବୋହୁକୁ ତାଙ୍କର ଶ୍ୱଶୁରଘର ଲୋକେ ଗାଁ’ଦାଣ୍ଡରେ ନିସ୍ତୁକ ମାଡ଼ ମାରି ଲହୁଲୁହାଣ କରିଦେଇଥିଲେ । ଏହାକୁ ପ୍ରତିରୋଧ କରିବା ସହିତ ଗ୍ରାମବାସୀମାନେ ସେମାନଙ୍କୁ ନମାରିବାକୁ ଅନୁରୋଧ କରିଥିଲେ । ମାତ୍ର ଗ୍ରାମବାସୀଙ୍କ କଥା ନମାନି ବୋହୂକୁ ମାଡ଼ମାରି ଚାଲିଥିଲେ ଶ୍ୱଶୁରଘର ଲୋକେ ।

ଅନନ୍ୟୋପାୟ ହୋଇ କିଛି ଗ୍ରାମବାସୀ ବୋହୂଟିକୁ ଶ୍ୱଶୁରଘର ଲୋକଙ୍କଠାରୁ ଉଦ୍ଧାର କରିଥିଲେ । ପରେ ଏହି ତିନିଜଣଙ୍କୁ ବାନ୍ଧି ଗାଁ’ରେ ଚଲାଇବା ସହିତ ପୋଲିସର ଜିମା ଦେଇଥିଲେ ଗ୍ରାମବାସୀ ।

ପୋଲିସ ବୋହୂକୁ ନିର୍ଯ୍ୟାତନ ଦେବା ଅଭିଯୋଗରେ ଏକ ମାମଲା ରୁଜୁ କରିବା ସହିତ ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.