Latest Odisha News

BREAKING NEWS

ଟ୍ରାକକୁ ଫେରିବେ ବିଶ୍ୱର ଦ୍ରୁତତମ ଧାବକ ବୋଲ୍ଟ !

କିଙ୍ଗଷ୍ଟନ:ବିଶ୍ୱର ଦ୍ରୁତତମ ଧାବକ ଭାବେ ପରିଗଣିତ ଜାମାଇକାର ଉସେନ ବୋଲ୍ଟ ଟ୍ରାକକୁ ଫେରିବା ପାଇଁ ଯୋଜନା କରୁଛନ୍ତି । ରିପୋର୍ଟ ମୁତାବକ ବୋଲ୍ଟ ତାଙ୍କ ଅବସର ନିଷ୍ପତିକୁ ବଦଳାଇବା ପାଇଁ ଚିନ୍ତା କରୁଛନ୍ତି । ସେ କହିଛନ୍ତି ଯଦି ମୋ କୋଚ ମୋତେ ଟ୍ରାକକୁ ଫେରିବା କଥା କହିବେ ତାହାହେଲେ ମୁଁ ନିଶ୍ଚିତ ଭାବେ ପ୍ରତ୍ୟାବର୍ତନ କରିବି । ୧୧ଥର ବିଶ୍ୱ ଚାମ୍ପିୟନ ବୋଲ୍ଟ ୨୦୧୭ ଲଣ୍ଡନ ବିଶ୍ୱ ଚାମ୍ପିୟନଶିପରେ ଅବସର ଘୋଷଣା କରିଥିଲେ । କ୍ୟାରିୟର ଅନ୍ତିମ ରେସରେ ସେ ରୌପ୍ୟ ପଦକ ଜିତିଥିଲେ ।

ସେ ଲଗାତାର ୩ଟି ଅଲିମ୍ପିକ୍ସର ୧୦୦ ମିଟର ରେସରେ ସ୍ୱର୍ଣ୍ଣ ପଦକ ଜିତିଥିଲେ । ବୋଲ୍ଟ ଅଲିମ୍ପିକ୍ସରେ ଓଭରାଲ ୮ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ତାଙ୍କ ନାମରେ ୧୦୦ମିଟର (୯.୫୮ ସେକେଣ୍ଡ)ଓ ୨୦୦ମିଟର (୧୯.୧୯) ଦୌଡରେ ଏବେ ବି ବିଶ୍ୱ ରେକର୍ଡ ରହିଛି ।

Leave A Reply

Your email address will not be published.